Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି, ବୁମରାହ, ସାମିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ସିନିୟର ଖେଳାଳି ବିରାଟ କୋହଲି, ଯଶପ୍ରୀତ ବୁମରାହ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ରବିଚନ୍ଦ୍ରନ ଅଶ୍ୱୀନ, କୁଲଦୀପ ଯାଦବ ଓ କେଏଲ ରାହୁଲ ଦଳକୁ ଦଳରେ ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ପୂର୍ବରୁ ରୋହିତ, ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, କୋହଲି ଓ ରିଷଭ ପନ୍ତଙ୍କୁ ଦିନିକିଆ ସିରିଜରେ ବିଶ୍ରାମ ଦିଆ ଯାଇଥିଲା । ଜୁଲାଇ ୨୯ରୁ ଏହି ସରିଜ ଆରମ୍ଭ ହେବ ଏବଂ କ୍ୟାରିବିୟାନ ଓ ଆମେରିକାରେ ଏହାର ମ୍ୟାଚ ଖେଳାଯିବ ।

ଘୋଷିତ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶାନ, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟାଶ ଆୟାର, ଦୀନେଶ କାର୍ତିକ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର.ଅଶ୍ୱୀନ, ରବି ବିଶ୍ନୋଇ, କୁଲଦୀପ ଯାଦବ, ଆଭେଶ ଖାଁ ଓ ଅର୍ଶଦୀପ ସିଂ ।

Leave A Reply

Your email address will not be published.