Latest Odisha News

BREAKING NEWS

ଭାରତର କଡା ପଦକ୍ଷେପ: ରଦ୍ଦ ହେଲା ଚାଇନିଜ ଟୁରିଷ୍ଟ ଭିସା

ନୂଆଦିଲ୍ଲୀ:ଚୀନ ବିପକ୍ଷରେ ରବିବାର ଭାରତ ଆଉ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଚାଇନିଜଙ୍କ ପାଇଁ ଦିଆ ଯାଉଥିବା ଟୁରିଷ୍ଟ ଭିସାକୁ ଭାରତ ରଦ୍ଦ କରିଛି । ପୂର୍ବରୁ ଚାଇନାରେ ପାଠ ପଢ଼ୁଥିବା ୨୨ ହଜାର ଭାରତୀୟ ଛାତ୍ରଛାତ୍ରୀ କଟକଣା ଯୋଗୁ ଯାଇପାରୁ ନାହାନ୍ତି । ଏ ନେଇ ଭାରତ ସରକାର ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଚୀନ ଗୁରୁତ୍ୱ ଦେଇ ନ ଥିଲା । ଏବେ ଭାରତ ଏହାର ଜବାବରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି ।

ଆନ୍ତର୍ଜାତୀୟ ବିମାନ ପରିବହନ ସଂଘକୁ ମଧ୍ୟ ଏ ନେଇ ଜଣାଇ ଦିଆଯାଇଛି । ବିଧବଦ୍ଧ ଘୋଷଣା କରି ଭାରତ ସରକାର ପକ୍ଷରୁ କୁହାଯାଇଛି ଚୀନ ନାଗରିକଙ୍କୁ ଦିଆ ଯାଉଥିବା ଟୁରିଷ୍ଟ ଭିସା ଆଉ ବୈଧ୍ୟ ନୁହେଁ । ଭାରତର ଏହି ପଦକ୍ଷେପ ନେଇ ଚୀନ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.