Latest Odisha News

BREAKING NEWS

ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି । ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ । ଏହି ମତ ରଖିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ରିସର୍ଚ୍ଚ (ପିଜିଆଇଏମଆର) ର ନିର୍ଦ୍ଦେଶକ ପ୍ରଫେସର ସୁରଜିତ ସିଂ।

ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ ପକ୍ଷରୁ ଆୟୋଜିତ ୧୩ତମ ସମ୍ମିଳନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସିଂ ଏହି ମତ ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ବରିଷ୍ଠ ଡାକ୍ତର, ତଥା ଏସସିବି ମେଡିକାଲ କଲେଜ ରିଉମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ବିଦ୍ୟୁତ କୁମାର ଦାସ ଯୋଗଦେଇ ଶିଶୁ ମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ସାରା ଭାରତରେ ମାତ୍ର ୧୦ଟି ସରକାରୀ ମେଡିକାଲ କଲେଜରେ ରିଉମାଟୋଲୋଜି ବିଭାଗ ରହିଥିବା ବେଳେ ପେଡିଆଟ୍ରିକ ରିଉମାଟୋଲୋଜି ନିମନ୍ତେ କେବଳ ପିଜିଆଇ ଚଣ୍ଡିଗଡ ରେ ଏହ। ରହିଛି । ତେଣୁ ଆଣ୍ଠୁଗଣ୍ଠି ଜନିତ ଚିକିତ୍ସା ନିମନ୍ତେ ଅଧିକ ସରକାରୀ ମେଡିକାଲ କଲେଜ ଗୁଡିକରେ ରିଉମାଟୋଲୋଜି ବିଭାଗ ଖୋଲିବାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀର ସାଇଣ୍ଟିଫିକ ଚେଆରପର୍ସନ ପ୍ରଫେସର ଦାସ କହିଥିଲେ। କୋଭିଡ ମହାମାରୀ ଏହି ରୋଗରେ ପୀଡିତ ରୋଗୀଙ୍କ କଷ୍ଟକୁ ବହୁଗୁଣିତ କରିଛି ବୋଲି ସେ କହିଥଲେ।

ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ ଉପକୁଳପତି ପ୍ରଫେସର ଗଙ୍ଗାଧର ସାହୁ ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ହିଁ ଏହି ରୋଗର ନିୟନ୍ତ୍ରଣ କରିହେବ ବୋଲି କହିଥିଲେ।

ସେହିପରି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ମ୍ୟୁନୋଲଜି ଆଣ୍ଡ ରିଉମାଟୋଲୋଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀ ର ଅରଗାନାଇସିଙ୍ଗ ସେକ୍ରେଟାରୀ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ରୋଗର ପରୀକ୍ଷଣ, ଓ ଚିକିତ୍ସା ଉପରେ ଗୁରୁତ୍ବ ଦେଇଥିଲେ । ଲୋକମାନେ ଏହି ରୋଗକୁ ନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

Leave A Reply

Your email address will not be published.