Latest Odisha News

ଉଜବେକିସ୍ତାନକୁ ୧୦ଟି ଗୋଲ୍ ଦେଇ ଭାରତ ଏଫଆଇଏଚ ସେମିଫାଇନାଲରେ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ସୋମବାର ଦିନ ଏକ ପୁଲ୍ ମ୍ୟାଚରେ ଘରୋଇ ଭାରତୀୟ ଦଳ ଅପେକ୍ଷାକୃତ ଦୁର୍ବଳ ଦଳ ଉଜବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରିଛି ।

ଟୁର୍ଣ୍ଣାମେଣ୍ଟରେ ଏହା ଭାରତର କ୍ରମାଗତ ତୃତୀୟ ବିଜୟ । ଭାରତ ଏହାପୂର୍ବରୁ ଋଷିଆକୁ ୧୦-୦ ଏବଂ ପୋଲାଣ୍ଡ ଦଳକୁ ୩-୧ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା ।

କଳିଙ୍ଗ ଷ୍ଟାଡ଼ିୟମରେ ଆଜି ରାତିରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ଆକାଶଦୀପ ସିଂହ ହାଟ୍ରିକ୍ ଅର୍ଜନ କରିଛନ୍ତି । ସେ ମ୍ୟାଚର ୧୧ ମିନିଟ, ୨୬ତମ ଏମଂ ୫୩ତମ ମିନିଟରେ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିପାରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଦୁଇଟି ଶ୍ରେଷ୍ଠ ଟିମ୍ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିପାରିବ । ତେବେ ଏହି ସିରିଜରେ ପୁଲର ଶ୍ରେଷ୍ଠ ଦୁଇଟି ଟିମ୍ ସେମିଫାଇନାଲକୁ ଉନ୍ନୀତ ହେବେ ।

ଭାରତ ଶୁକ୍ରବାର ଦିନ ଜାପାନ ଓ ପୋଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜୟୀ ଦଳ ସହିତ ସେମିଫାଇନାଲ୍ ଖେଳିବ ।

Leave A Reply

Your email address will not be published.