Latest Odisha News

ମାର୍ଚ୍ଚ ସୁଦ୍ଧା ଆରମ୍ଭ ହୋଇପାରେ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ

ନୂଆଦିଲ୍ଲୀ: ଡକ୍ଟର ଏନ.କେ ଅରୋରା କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ। ଡା. ଅରୋରା କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ୱାର୍କିଂ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (NTAGI) ର ଚେୟାରମ୍ୟାନ୍ ଅଛନ୍ତି।

ଗତ ବର୍ଷ ଜାନୁଆରୀ ୧୬ରେ ଭାରତ କୋଭିଡ-୧୯ ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଦେଶରେ ଏପର୍ଯ୍ୟନ୍ତ ୧୫୭ କୋଟିରୁ ଅଧିକ ଲୋକ କରୋନା ଟିକା ନେଇସାରିଲେଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫ରେ ଘୋଷଣା କରିଥିଲେ ଯେ ଜାନୁୟାରୀ ୩ ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ।

ରିପୋର୍ଟ ଅନୁଯାୟୀ ୧୫ରୁ ୧୮ ବର୍ଷ ବୟସର ୩.୫ କୋଟିରୁ ଅଧିକ ପିଲା କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି।

ବର୍ତ୍ତମାନ, ଦୁଇଟି କୋଭିଡ୍-୧୯ ଟିକାକୁ ପିଲାଙ୍କ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିସାରିଛନ୍ତି। ଗୋଟିଏ ହେଉଛି ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ଏବଂ ଜିଡସ୍ କ୍ୟାଡିଲାର ZyCoV-D।

Comments are closed.