Latest Odisha News

BREAKING NEWS

ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ୍, ଏସସିବିରେ ଦେଇଥିଲା ବିରିୟାନୀ

କଟକ: ଦୁଇ ଦିନ ପରେ ବି ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ତା ପାଉନି ପୋଲିସ । ସେ କେଉଁଠି ଅଛି, ଖୋଳତାଡ ଚାଲିଥିବା ବେଳେ ଆଜି କଟକ କମିଶନରେଟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାଇଦରର ଜଣେ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ଖାନ୍ । ସେ ଚାଉଳିଆଗଞ୍ଜ ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । କଟକ ଏସସିବିରେ ସେ ହାଇଦରକୁ ବିରିୟାନୀ ପାର୍ସଲ ଦେଇଥିଲା ।

ମିଳିଥିବା ସୂଚନା ଅନୁସାରେ, ସମ୍ୱଲପୁରରୁ କଟକ ଏସସିବି ସ୍ଥାନାନ୍ତରିତ ହୋଇ ଆସିବା ପରଠୁ ୟାକୁବ ବିଭିନ୍ନ ସମୟରେ ହାଇଦରକୁ ଭେଟୁଥିଲା । ଫେରାର୍ ହେବା ଦିନ ସେ ହାଇଦର ପାଖକୁ ବିରିୟାନୀ ନେଇ ଆସିଥିଲା । ଆତ୍ମସମର୍ପଣ ପରେ ପୋଲିସକୁ ସବୁ ପ୍ରକାର ସହଯୋଗ କରିବ ବୋଲି କହିଛି ୟାକୁବ୍ । ଆଶା କରାଯାଉଛି, ଖୁବଶୀଘ୍ର ଗ୍ୟାଙ୍ଗଷ୍ଟର ଫେରାର୍ ସସପେନ୍ସ ଉପରୁ ପରଦା ହଟିବ ।

ଶନିବାର ଦିନ ସନ୍ଧ୍ୟାରେ ଏସସିବି ସର୍ଜରୀ ଓ୍ୱାର୍ଡରୁ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର୍ ହୋଇଯାଇଛି ହାଇଦର । ତାକୁ ଖୋଜିବା ପାଇଁ କମିଶରେଟ ପୋଲିସ 6ଟି ଟିମ୍ ଗଠନ କରିଛି । ସେପଟେ ଜେଲ୍ ଡିଆଇଜି କହିଛନ୍ତି, ତଦନ୍ତରେ ଜେଲ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । ୟୁରୋଲୋଜି ସମ୍ବନ୍ଧୀୟ ଚିକିତ୍ସା ପାଇଁ ହାଇଦରକୁ ଏସସିବି ପଠାଯାଇଥିଲା । ଘଟଣାରେ ବିଭାଗୀୟ ତଦନ୍ତ କରାଯାଇନି । କଟକ ଡିସିପି ତଦନ୍ତ କରୁଥିବା କହିଛନ୍ତି ଜେଲ ଡିଆଇଜି ।

Leave A Reply

Your email address will not be published.