Latest Odisha News

BREAKING NEWS

ରାଜ୍ୟର ୧୨ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ୧୨୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୦ଟି । ଆଜି ରାଜ୍ୟର ୧୨ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ୧୮ ଜିଲ୍ଲାରୁ ବାହାରିଛନ୍ତି ନୂଆ ସଂକ୍ରମିତ । ଏଥିରୁ ୧୪ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମ୍ୱଲପୁରରେ ୨୩, ପୁରୀରୁ ୧୭ ଓ ଅନୁଗୋଳ ଜିଲ୍ଲାରୁ ଆଉ ୧୦ ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୫୬୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୯ହଜାର ୮୦୧ ଆକ୍ରାନ୍ତ । ଏବେ ରାଜ୍ୟରେ ୧ହଜାର ୮୧୦ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.