Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର କ୍ରୀଡ଼ାସୂଚୀ, ଜାଣନ୍ତୁ କେବେ କେଉଁଠି ମ୍ୟାଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏନେଇ କ୍ରୀଡ଼ାସୂଚୀ ଜାରି ହୋଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ଓ୍ୱାନ ଡେ ସିରିଜ । ପ୍ରଥମ ମ୍ୟାଚ ସିଡନୀରେ ଖେଳାଯିବ । ସେହିପରି ଚାରି ଟିକିଆ ଟେଷ୍ଟ ସିରିଜରେ ଆଡିଲେଡରେ ଡେ-ନାଇଟ୍ ଟେଷ୍ଟ ମ୍ୟାଚ ଖେଳାଯିବ ।

ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସହ ତିନିଟି ଲେଖାଏଁ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ । ନଭେମ୍ୱର ୧୨ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏବେ ଆସନ୍ତୁ ନଜର ପକାଇବା କେବେ ଓ କେଉଁଠି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ସିରିଜର ମ୍ୟାଚ୍ ।

ଦିନିକିଆ ମ୍ୟାଚ୍
ନଭେମ୍ବର ୨୭- ପ୍ରଥମ ଦିନିକିଆ (ସିଡନୀ)
ନଭେମ୍ବର ୨୯- ଦ୍ୱିତୀୟ ଦିନିକିଆ (ସିଡନୀ)
ଡିସେମ୍ୱର ୨- ତୃତୀୟ ଦିନିକିଆ (ଓଭାଲ୍)

ଟି-ଟ୍ୱେଣ୍ଟି ମୁକିବିଲା
ଡିସେମ୍ୱର ୪- ପ୍ରଥମ ଟି-ଟ୍ୱେଣ୍ଟି (ଓଭାଲ୍)
ଡିସେମ୍ୱର ୬- ଦ୍ୱିତୀୟ ଟି-ଟ୍ୱେଣ୍ଟି (ସିଡନୀ)
ଡିସେମ୍ୱର ୮- ତୃତୀୟ ଟି-ଟ୍ୱେଣ୍ଟି (ସିଡନୀ)

ଟେଷ୍ଟ ମ୍ୟାଚ୍
ଡିସେମ୍ୱର ୧୭-୨୧: ପ୍ରଥମ ଡେ-ନାଇଟ୍ ଟେଷ୍ଟ (ଆଡିଲେଡ୍ ଓଭାଲ)
ଡିସେମ୍ୱର ୨୬-୩୦: ଦ୍ୱିତୀୟ ଟେଷ୍ଟ (ମେଲବୋର୍ଣ୍ଣ)
ଜାନୁଆରୀ ୭-୧୧: ତୃତୀୟ ଟେଷ୍ଟ (ସିଡନୀ)
ଜାନୁଆରୀ ୧୫-୧୯: ଚତୁର୍ଥ ଟେଷ୍ଟ (ବ୍ରିସବେନ୍)

Leave A Reply

Your email address will not be published.