Latest Odisha News

BREAKING NEWS

କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଶ୍ରମିକ ଅଶାନ୍ତି

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ବକେୟା ଦରମା, ଇପିଏଫ୍ ଓ ବୋନସ୍ ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ବରେ ଶ୍ରମିକମାନେ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ମହାମାରୀ କରୋନା କାଳରେ ଶ୍ରମିକଙ୍କୁ ୬ ମାସ ହେବ ଦରମା ପ୍ରଦାନ କରିନାହାଁନ୍ତି ଖଣି କର୍ତ୍ତୃପକ୍ଷ। ଫଳରେ ଏହି ଜଟିଳ ପରିସ୍ଥିତିରେ ଶ୍ରମିକଙ୍କ ପରିବାର ପାଇଁ ନାନା ସମସ୍ୟା ଉପୁଜିଛି। ଏଥିସହିତ ଇପିଏଫ୍ ଓ ବୋନସ୍ ପ୍ରଦାନରେ ମଧ୍ୟ ଖଣି କର୍ତ୍ତୃପକ୍ଷ ଅବହେଳା କରିଛନ୍ତି। ଏହାର ସମାଧାନ ପାଇଁ ଶ୍ରମିକମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଆଜି ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Leave A Reply

Your email address will not be published.