Latest Odisha News

BREAKING NEWS

ସିଡନୀ ଟେଷ୍ଟ: ଘୋଷିତ ୧୩ ଜଣିଆ ଦଳରେ ରାହୁଲ ଓ ଅଶ୍ୱିନ୍ ସାମିଲ, ବାଦ୍ ପଡିଲେ ରୋହିତ ଶର୍ମା

ସିଡନୀ : ସିଡନୀରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି।

ଏନେଇ ବିସିସିଆଇ ପକ୍ଷରୁ ଜାରି ଏକ ଟ୍ୱିଟରେ ସୂଚନା ଦିଆଯାଇଛି ।

ଆଜି ଘୋଷଣା କରାଯାଇଥିବା ୧୩ ଜଣିଆ ଦଳରେ ଓପନର୍ ଲୋକେଶ ରାହୁଲ୍ ଏବଂ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ କରାଯାଇଛି। ମେଲବର୍ଣ୍ଣ ଟେଷ୍ଟର ପ୍ରାରମ୍ଭିକ ଯୋଡି ହନୁମା ବିହାରି ଓ ମୟଙ୍କ ଅଗ୍ରୱାଲ ଏଥିରେ ସ୍ଥାନ ପାଇଥିଲାବେଳେ ରୋହିତ ଶର୍ମାଙ୍କୁ ଏହି ମ୍ୟାଚରୁ ବାଦ୍ ଦିଆଯାଇଛି । ସୂଚନାଯୋଗ୍ୟ ନିକଟ ଅତୀତରେ ରୋହିତ ଶର୍ମା କନ୍ୟା ସନ୍ତାନର ଜନକ ହୋଇଥିବାରୁ ସେ ପରିବାର ସହ ସମୟ ବିତାଇବା ପାଇଁ ଭାରତ ଫେରି ଆସିଛନ୍ତି।

ଅନ୍ୟପକ୍ଷରେ ୨-୧ରେ ଲିଡ୍ କରୁଥିବା ଭାରତୀୟ ଦଳ ଦୃଢ ଆତ୍ମବିଶ୍ୱାସର ସହ ସିରିଜ୍ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବାକୁ ଥିବାବେଳେ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟ ନେଇ ଟିମ୍ ଇଣ୍ଡିଆକୁ କଡା ଟକ୍କର ଦେବ ଅଷ୍ଟ୍ରେଲିଆ ଦଳ ।

ଘୋଷିତ ୧୩ ଜଣିଆ ଇଣ୍ଡିଆ ଟିମ୍- ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଲୋକେଶ ରାହୁଲ୍, ହନୁମା ବିହାରୀ, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ରବିଚନ୍ଦ୍ରନ୍ ଅଶ୍ୱିନ୍, କୁଲଦୀପ ଯାଦବ, ଉମେଶ ଯାଦବ ମହମ୍ମଦ ସାମି, ଈଶାନ୍ତ ଶର୍ମା ଏବଂ ଯଶପ୍ରୀତ୍ ବୁମରା, ।

Leave A Reply

Your email address will not be published.