Latest Odisha News

BREAKING NEWS

ଆଜି ଭାରତ-ଅଷ୍ଟ୍ରେଲିଆ ଟି୨୦ ମହିଳା ବିଶ୍ୱକପ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ମ୍ୟାଚ ଖେଳାଯିବ ।

ସାରା ଦେଶ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ସେମାନଙ୍କ ପରାକ୍ରମ ଦେଖିବାକୁ ମିଳିବ ।

ଭାରତୀୟ ସମୟାନୁସାରେ ଆଜି ଦିନ ୧୨ଟା ୩୦ମି.ରେ ମ୍ୟାଚ୍ ଆରମ୍ଭ ହେବ ।

ସୂଚନାଯୋଗ୍ୟ, ଭାରତ ୫ ମ୍ୟାଚରୁ ୪ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଅପରପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୪ ଜିତିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ଭାରତ ନିକଟରୁ ହାରିଥିଲା । ଅଷ୍ଟ୍ରେଲିଆ ୫ମ ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ବେଳେ ଭାରତ ପ୍ରଥମ ଥର ଏହି ସମ୍ମାନର ହକଦାର ହେବାକୁ ଚାହିଁବ । ପୂର୍ବରୁ ଟିମ୍ ଇଣ୍ଡିଆ ସେମି ଫାଇନାଲ ବାଧା ଅତିକ୍ରମ କରି ନ ଥିଲା ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଚାମ୍ପିୟନ୍ ଅଷ୍ଟ୍ରେଲିଆ ମଧ୍ୟ ନିଜର ଜଲୱା ପ୍ରଦର୍ଶନ କରି ଭାରତ ବିପକ୍ଷରେ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହିଳା ଦଳକୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.