Latest Odisha News

BREAKING NEWS

ସମ୍ବଲପୁରରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହେମାମୁରା ଗ୍ରାମରେ ଏକ ହାତୀ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତ ମହିଳାଙ୍କ ନାମ ପ୍ରଭାତି ପ୍ରଧାନ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ରହୁଥିବା ଜଣେ ମହିଳା ନିକଟସ୍ଥ ଜଙ୍ଗଲକୁ ଯାଇ କାଠ ସଂଗ୍ରହ କରି ଫେରୁଥିଲେ । ଏହି ସମୟରେ ଦୁର୍ଭାଗ୍ୟବଶତଃ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ।

ପରେ ହାତୀଟି ସମ୍ପୃକ୍ତ ମହିଳାଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୁତ୍ରରୁ ପ୍ରକାଶ ।

ତେବେ ବନ ବିଭାଗ ହାତୀମାନଙ୍କୁ କାବୁ କରିବାରେ ବିଫଳ ହେଉଥିବାରୁ ଏଭଳି ଅଘଟଣ ଘଟୁଛି ବୋଲି ଉତକ୍ଷିପ୍ତ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.