Latest Odisha News

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ରବିବାର ଦିନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଆଇଆଇଟି ଛାତ୍ରଙ୍କର ମୃତ୍ୟୁ ଘଟିଛି ।

ଉକ୍ତ ଛାତ୍ରଙ୍କ ନାମ ସୌମ୍ୟ ରଞ୍ଜନ ଭୋଇ ଏବଂ ସେ ସୋନପୁର ଜିଲ୍ଲାତମମୁରା ଗ୍ରାମର ବାସିନ୍ଦା ହୋଇଥିବା ବେଳେ ବଲାଙ୍ଗୀରର ଏକ ଆଇଟିଆଇ କଲେଜରେ ପଢୁଥିଲେ ।

ବଲାଙ୍ଗୀର ଜିଲ୍ଲାର ଶାନ୍ତିପଡାରେ ମେସରେ ରହୁଥିବା ସମ୍ପୃକ୍ତ ଛାତ୍ର ଜଣକ ଛାତ ଉପରେ କପଡା ଶୁଖାଉଥିବା ବେଳେ କୌଣସି କାରଣବଶତଃ ସେ ୩୩ କେଭି ବିଦ୍ୟୁତ୍ ତାର୍ ସଂସ୍ପର୍ଶରେ ଆସିଯାଇଥିଲେ । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭିମସାର ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.