Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୩୨୯ ରନରେ ଅଲଆଉଟ୍

ଚେନ୍ନାଇ: ଦ୍ୱିତୀୟ ଟେଷ୍ଟରେ ଭାରତ ୩୨୯ ରନରେ ଅଲଆଉଟ୍ ହୋଇଛି । ଗତକାଲିର ଅସମାପ୍ତ ୬ ଓ୍ୱିକେଟରେ ୩୦୦ ରନରୁ ଖେଳ ଆରମ୍ଭ କରି ଟିମ୍ ଇଣ୍ଡିଆ ଆଜି ମାତ୍ର ୨୯ ରନ୍ ଯୋଡ଼ିଥିଲା । ଏହି ୨୯ ରନ୍ ଭିତରେ ୪ଟି ଓ୍ୱିକେଟ ଖସାଇଥିଲେ ଇଂଲଣ୍ଡ ବୋଲର । ଗୋଟିଏ ଓଭରରେ ଅକ୍ଷର ପଟେଲ ଓ ଇଶାନ୍ତ ଶର୍ମାଙ୍କ ଓ୍ୱିକେଟ ନେଇଥିଲେ ମୋଇନ୍ ଅଲ୍ଲୀ ।

ଗୋଟିଏ ପଟେ ରିଷଭ ପନ୍ଥ ଠିଆ ହୋଇଥିବା ବେଳେ ଅନ୍ୟପଟେ ଚାରିଟି ଯାକ ଓ୍ୱିକେଟ ନିୟମିତ ବ୍ୟବଧାନରେ ଖସିଥିଲା । ରିଷଭ ପନ୍ଥ ଅପରାଜିତ ୫୮ ରନ୍ କରିଛନ୍ତି । ପ୍ରଥମ ଇନିଂସରେ ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ନେଇଛନ୍ତି ସର୍ବାଧିକ ୪ଟି ଓ୍ୱିକେଟ । ଓଲି ଷ୍ଟୋନ ୩ଟି, ଜ୍ୟାକ୍ ଲିଚ୍ ୨ଟି ଓ ଜୋ ରୁଟ ନେଇଛନ୍ତି ଗୋଟିଏ ଓ୍ୱିକେଟ ।

ପ୍ରଥମ ଇନିଂସ ଆରମ୍ଭ କରିଥିବା ଇଂଲିଶ ବାହିନୀକୁ ପ୍ରଥମରୁ ଝଟକା ଦେଇଛନ୍ତି ଇଶାନ୍ତ ଶର୍ମା । ପ୍ରଥମ ଓଭରର ତିନି ନମ୍ବର ବଲରେ ଏଲବିଡବ୍ଲ୍ୟୁ ହୋଇ ପାଭିଲନ୍ ଫେରିଛନ୍ତି ଓପନର ରୋରି ବର୍ଣ୍ଣସ । ସେ ଖାତା ଖୋଲି ପାରି ନାହାନ୍ତି ।

ପ୍ରଥମ ଇନିଂସରେ ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୨୬୧ ରନ୍ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୬୭, ରିଷଫ ପନ୍ଥ ୫୮, ଚେତେଶ୍ୱର ପୂଜାରା ୨୧ ରନ୍ କରିଥିଲେ । ବିରାଟ କୋହଲିଙ୍କ ସମେତ ଚାରି ଜଣ ଖେଳାଳି ଖାତା ବି ଖୋଲି ପାରିଲେ ନାହିଁ ।

Leave A Reply

Your email address will not be published.