Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ CAAକୁ ନେଇ ରାଜନୀତି, କେରଳରେ ସଂଶୋଧିତ ଆଇନ୍ ଲାଗୁ ହେବନାହିଁ କହିଲେ ବିଜୟନ

ଥିରୁଅନନ୍ତପୁରମ୍: କେରଳରେ ଆଗକୁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକତା ଆଇନକୁ ନେଇ ଆରମ୍ଭ ହୋଇଛି ଭୋଟ୍ ରାଜନୀତି । ଗୋଟିଏ ପଟେ କୋଭିଡ୍ ଟିକାକରଣ ସରିବା ପରେ ଦେଶରେ ସଂଶୋଧିତ ନାଗରିକା ଆଇନ୍ ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ଏହାକୁ ସଫା ସଫା ମନା କରି ଦେଇଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି- କେରଳରେ ସଂଶୋଧିତ ନାଗରିକତା ଆଇନ୍ (CAA) ଲାଗୁ ହେବ ନାହିଁ । ରାଜ୍ୟ ସରକାର ସିଏଏ ଲାଗୁ କରିବାରେ ସପକ୍ଷରେ ନାହାଁନ୍ତି ବୋଲି ବିଜୟନ ସ୍ପଷ୍ଟ କରିଛନ୍ତି । ଅମିତ ଶାହଙ୍କ ମନ୍ତବ୍ୟର ଠିକ୍ ଦିନକ ପରେ କେରଳରେ ସଂଶୋଧିତ ନାଗରିକତା ଆଇନ୍ ଲାଗୁ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ।

ବିଜୟନ କହିଛନ୍ତି- କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ସମର୍ଥନ କରୁନାହାଁନ୍ତି । ଆମେ କେରଳ ସିଏଏ ଲାଗୁ କରିବୁ ନାହିଁ । ଆମେ କେନ୍ଦ୍ରର ଏହି ନିଷ୍ପତ୍ତି ସହ ନାହୁଁ କି ରାଜ୍ୟରେ ଲାଗୁ କରିବୁ ନାହିଁ ବୋଲି ପିନରାଇ ବିଜୟନ ଦୃଢ଼ୋକ୍ତିର ସହ କହିଛନ୍ତି ।

Leave A Reply

Your email address will not be published.