Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । ୫୫୦ତମ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

ଆଜିର ମ୍ୟାଚରେ ଖେଳୁ ନାହାନ୍ତି ଯଶପ୍ରୀତ ବୁମରାହ । ତାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି ମହମ୍ମଦ ସିରାଜ । ଉମେଶ ଯାଦବଙ୍କୁ ବି ସୁଯୋଗ ମିଳିନାହିଁ । ବାକି ସବୁ ଖେଳାଳି ଅପରିବର୍ତ୍ତିତ ରହିଛନ୍ତି ।

ସେପଟେ ଇଂଲଣ୍ଡ ବି ଏହି ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛି । ବିଜୟ ଧାରାକୁ ଫେରିବାରୁ ଭରପୁର ଚେଷ୍ଟ କରିବ ଭ୍ରମଣକାରୀ ଦଳ । ଇଂଲଣ୍ଡ ଟିମରେ ଦୁଇଟି ପରିବର୍ତ୍ତନ ହୋଇଛି । ପ୍ଲେଇଂ ଇଲେଭେନରେ ସାମିଲ ହୋଇଛନ୍ତି ଡନ୍ ଲରେନ୍ସ ଓ ଡମ୍ ବେସ୍ ।

Leave A Reply

Your email address will not be published.