Latest Odisha News

BREAKING NEWS

ରେକର୍ଡ, ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩୬ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ରେକର୍ଡ କଲା ଭାରତ । ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ଆକ୍ରାନ୍ତ । ଗତ ୨୪ ଘଂଟାରେ ୩୬ ହଜାର ୧୪୫ଜଣ କୋଭିଡ-୧୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ସୁସ୍ଥତା ହାର ୬୩.୯୨%କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୮ଲକ୍ଷ ୮୫ ହଜାର ୫୭୬ରେ ପହଂଚିଛି ।

ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪୮ ହଜାର ୬୬୧ ଟି ନୂତନ କୋଭିଡ -୧୯ ମାମଲା ରିପୋର୍ଟ ହୋଇଛି ଯାହା ମୋଟ ମାମଲାକୁ ୧୩ ଲକ୍ଷ ୮୫ ହଜାର ୫୨୨ କୁ ବୃଦ୍ଧି କରିଛି । ଗୋଟିଏ ଦିନରେ ୭୦୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦେଶବ୍ୟାପୀ ଏବେସୁଦ୍ଧା ମୋଟ ୩୨ ହଜାର ୬୩ ଜଣ ଙ୍କର ମୃତ୍ୟୁ ହୋଇଛି ।

ଏହାଛଡ଼ା, ଗୋଟିଏ ଦିନରେ ପ୍ରଥମ ଥର ଲାଗି ରେକର୍ଡ ସଂଖ୍ୟକ ୪, ୪୦, ୦୦୦ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରାଯାଇଥିବା ୪, ୪୨, ୨୬୩ ନମୁନା ସହ ଟେଷ୍ଟ୍‌ ପର୍ ମିଲିୟନ୍ ଆହୁରି ବୃଦ୍ଧି ପାଇ ୧୧, ୮୦୫ରେ ପହଞ୍ଚିଛି। ଏଥିସହ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇ ୧, ୬୨, ୯୧, ୩୩୧ରେ ପହଞ୍ଚିଛି। ୩, ୬୨, ୧୫୩ ନମୁନା ପରୀକ୍ଷା କରି ସରକାରୀ ଲ୍ୟାବ୍‌ଗୁଡ଼ିକ ମଧ୍ୟ ନୂଆ ରେକର୍ଡ କରିଛନ୍ତି। ସେହିପରି ଗୋଟିଏ ଦିନରେ ଘରୋଇ ଲ୍ୟାବ୍‌ମାନେ ମଧ୍ୟ ୭୯, ୮୭୮ଟି ନମୁନା ପରୀକ୍ଷା କରିଛନ୍ତି।

Leave A Reply

Your email address will not be published.