Latest Odisha News

BREAKING NEWS

ଆଇପିଏଲ ପ୍ରସ୍ତୁତି: ବ୍ୟାଟ କିଣିଲେ ରାଇନା, ପନ୍ତ

ମିରଟ:ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ତାରିଖ ସ୍ପଷ୍ଟ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି । ଫ୍ରାଚାଂଇଜ ଏବଂ ଖେଳାଳିମାନେ ମଧ୍ୟ ଏଥିନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଦୁଇ ଧୂଆଁଧାର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ସୁରେଶ ରାଇନା ଏଥିପାଇଁ ନୂଆ ବ୍ୟାଟ କିଣିଥିବା ଜଣାପଡିଛି । ମିରଟର ଏସଜି କମ୍ପାନୀରେ ଉଭୟ ପଂହଚି ପସନ୍ଦ ମୁତାବକ ବ୍ୟାଟ କ୍ରୟ କରିଥିଲେ ।

କମ୍ପାନୀର ମ୍ୟାନେଜର ସୌରଭ ଗୁପ୍ତା ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟ ଦେଖାଇବାରେ ସହାୟତା କରିଥିଲେ । ରାଇନା ବ୍ୟାଟ କିଣୁଥିବା ଭିଡିଓ ଓ ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ସେମାନେ ହାତ ସାନିଟାଇଜ କରି ବ୍ୟାଟ କିଣିଥିଲେ ।

Leave A Reply

Your email address will not be published.