Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୦୪-୦୮-୨୦୧୯ ରବିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୦୪ ରିଖ ରବିବାର କର୍କଟ ୧୯ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ସକାଳ ଘ୧୦-୦୮ମିନିଟ୍ ପର୍ଯ୍ୟନ୍ତ ତାପରେ ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର-:କର୍କଟ ଓ ମକର ରାଶି ପୁରୁଷଙ୍କର ସକାଳ ଘ୧୦-୦୮ମିନିଟ୍ ପର୍ଯ୍ୟନ୍ତ ତାପରେ ବୃଷ ରାଶି ପୁରୁଷ ଧନୁ ରାଶି ମହିଳାଙ୍କର ଘାତ ଚନ୍ଦ୍ର
ଆଜି: ମୂଳା ଖାଇବା ନିଷେଧ

ମେଷ
ଆଜି ଆପଣଙ୍କୁ ସଫଳତା ମିଳିବ । ପ୍ରତ୍ୟେକ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।ଯାନ୍ତ୍ରିକ ତୃଟି ବା ଦୃଘଟଣା ଦେଖା ଦେଇପାରେ ।ମହିଳାମାନେ ପରିବାରରେ ପ୍ରଶଂସିତ ହେବେ ।

ବୃଷ
ଦୁଶ୍ଚିନ୍ତା ଓ ଅସ୍ଥିରତା ମଧ୍ୟରେ ଦିନଟି କଟିବ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।
ଆଯ ଅପେକ୍ଷା ବ୍ଯୟ ଅଧିକ ହେବ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅମନ ଯୋଗି ହେବେ ।

ମିଥୁନ
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ବ୍ଯବସାୟରେ ଆଯ ବୃଦ୍ଧି ଘଟିବ ।ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେବ ।

କର୍କଟ
ଦେହ ମନ ସୁସ୍ଥ ରହିବ ।ସାଂସାରିକ ଜୀବନ ସୁଖମୟ ହେବ ।ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ ।ଶତୃମାନେ ପରାଜିତ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।ଯାନବାହନ ଲାଭର ଯୋଗ ରହିଛି ।

ସିଂହ
ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବ ।ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।କର୍ମ କ୍ଷେତ୍ରରେ ସଫଳତା ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ କୃତ କାର୍ଯ୍ୟ ହେବେ ।

କନ୍ୟା
ଦେହ ମନ ସୁସ୍ଥ ରହିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।ଧନ ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ସୁସ୍ବାଦ ଭୋଜନ ମିଳିବ ।

ତୁଳା
ଯଗି ରଖି ଚଳନ୍ତୁ । ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ହଠାତ୍ ଦେହ ମନ ଅସୁସ୍ଥ ହୋଇପାରେ ।ବ୍ଯବସାୟରେ କ୍ଷତି ହେବ ।ଶାରୀରିକ ପୀଡା ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।

ବିଛା
କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ଲୋକ ସମ୍ପର୍କ ବୃଦ୍ଧି ପାଇବ । ଆକସ୍ମିକ ଧନ ଲାଭ ହେବ ।ଶତୃମାନେ ପରାଜିତ ହେବେ । ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।
ଧନୁ
ଶରୀର ସୁସ୍ଥ ରହିବ ।ଆକସ୍ମିକ ଧନ ଲାଭର ସୁଯୋଗ ରହିଛି । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ସାହାଯ୍ୟ ସହାନୁଭୂତି ପାଇବେ । ମହିଳାମାନେ ନିଜ ପରିବାରରେ ଅପମାନିତ ଓ ସମାଲୋଚିତ ହେବେ ।

ମକର
ହଠାତ୍ ସକାଳୁ ସକାଳୁ ଶୁଭ ଖବର ପାଇ ମନ ଆନନ୍ଦିତ ହେବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ପାରିବାରିକ ଜୀବନ ସୁଖ ଶାନ୍ତି ବିରାଜମାନ କରିବ ।

କୁମ୍ଭ
ଶାରୀରିକ ଅସୁସ୍ଥତା ଦେଖା ଦେବ । ଅର୍ଥ ହାନୀ ,ପ୍ରାଣ ପୀଡା, କାର୍ଯ୍ୟରେ ବ୍ୟାଘାତ ଦେଖା ଦେବ ।ମହିଳାମାନେ ଯଗି ରଖି ଚଳନ୍ତୁ ଅଗ୍ନି ଜନିତ ଭଯ ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହୋଇ ଦୋଷି ସାବ୍ଯସ୍ତ ହେବେ ।

ମୀନ
ମାନ ସମ୍ମାନ ପ୍ରତିଷ୍ଠା ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ ।ଲୋକ ସମ୍ପର୍କ ବୃଦ୍ଧି ପାଇବ ।ଦୂର ସ୍ଥାନକୁ ଯାତ୍ରା କରିବେ ।ଦେବ ଦର୍ଶନର ସୁଯୋଗ ରହିଛି ।ବ୍ଯବସାୟରେ ଲାଭ ମିଳିବ ।ନିର୍ମାଣଧୀନ କାର୍ଯ୍ୟଟି ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

Leave A Reply

Your email address will not be published.