Latest Odisha News

BREAKING NEWS

ହାଇଟେକ ମୋଡ଼୍‌ରେ ଭାରତୀୟ ସେନା

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡ଼ିବେ ଭାରତୀୟ ସୈନ୍ୟ । ଜେଟପ୍ୟାକ ସୁଟ୍ ଆସିବ ସେମାନଙ୍କ ଲାଗି । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ, ସେ ପୁଣି ୮୦ କିଲୋଗ୍ରାମ୍‌ ଭିତରେ  । ଏନେଇ ଆରମ୍ଭ ହୋଇଯାଇଛି ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା । ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ । ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ ।

ଏହି ସୁଟ୍ ମଧ୍ୟମରେ ସହଜରେ ଉଡ଼ିବା ଓ ଲ୍ୟାଣ୍ଡିଂ କରିବା ସମ୍ଭବ ହୋଇପାରିବ । କେବଳ ଏତିକି ନୁହେଁ ସେହିପରି ୧୦ ହଜାର ଫୁଟ ଉଚ୍ଚରେ ୪ ପାଦ ବିଶିଷ୍ଟ ରୋବୋଟିକ ମ୍ୟୁଲ କାର୍ଯ୍ୟକରିବ । ଏହି ମ୍ୟୁଲ ବିଭିନ୍ନ ପରିସ୍ଥିତିରେ ସ୍ବୟଂକ୍ରିୟ ଭାବେ ଗତି କରିପାରିବ । ଆଉ ଏହାକୁ ବି ସହଜରେ ଉଦ୍ଧାର କରାଯାଇପାରିବ ।

କେବଳ ଏତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇବା କ୍ଷମତା ଏହା ପାଖରେ ରହିଛି । ଆର୍ମେନିଆ- ଆଜରବୈଜାନ, ଋଷ-.ୟୁକ୍ରେନ ଯୁଦ୍ଧରୁ ମିଳିଥିବା ଅନୁଭୂତି ଅନୁସାରେ ଏହି ସାମଗ୍ରୀ ହାସଲ କରାଯିବ । ଏହା ସହ କାମିକାଜେ ଡ୍ରୋନ, ଆର୍ମଡ ଡ୍ରୋନ ସ୍ବାର୍ମ, ଲଜିଷ୍ଟିକ୍ସ ଡ୍ରୋନ, ସର୍ଭେଲାନ୍ସ କ୍ରାଡକପ୍ଟର ଆଦି ମଧ୍ୟ ହାସଲ କରିବା ଲାଗି ଯୋଜନା କରାଯାଇଛି ।

 

Leave A Reply

Your email address will not be published.