ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶିକା ନୀତା ଅମ୍ବାନୀ ତାଙ୍କ ଫ୍ୟାଶନ ପାଇଁ ଆଜିକାଲି ବେଶ୍ ଚର୍ଚ୍ଚିତ । କିଛି ଦିନ ତଳେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଉତ୍ସବରେ ନିଜ ଫ୍ୟାଶନକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେମିତି ସେ ଏକ ଜ୍ୟାକେଟ୍ ପିନ୍ଧିଥିଲେ,ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଢେର ଚର୍ଚ୍ଚା । ନୀତା ପରିଧାନ କରିଥିବା ଏହି ଜ୍ୟାକେଟର ଦାମ୍ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ
ନୀତା ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି,ତା ଉପରେ ଏକ ନାଲି ଓ କଳା ରଙ୍ଗର ଫୁଲ ଡ଼ିଜାଇନର ଏକ ଶୀତବସ୍ତ୍ର ପିନ୍ଧିଛନ୍ତି । ଏହାର ବ୍ରାଣ୍ଡ ଲେବଲ୍ ହେଉଛି ଡଲ୍ସ ଏବଂ ଗବାନା । ଏହାର ମୂଲ୍ୟ ହେଉଛି ୮୪,୬୦୩ ଟଙ୍କା । ଏହାର ଅଧିକ ସୁନ୍ଦର ଲୁକ୍ ପାଇଁ ତାହା ଉପରେ ଏକ ଧୂସର ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି । ଏହି ଜ୍ୟାକେଟ୍ ବ୍ରାଣ୍ଡ ହେଉଛି ୟୋସ୍ ସଲୋମନ୍ । ଏହି ଜ୍ୟାକେଟ୍ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ୭୦ ହଜାର ଟଙ୍କା । ନୀତା ଅମ୍ବାନୀଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ହୋଇପଡିଛନ୍ତି ।
BREAKING NEWS
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ
- ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା
- ଆସିଗଲା ଆରବିଆଇର ନୂଆ ତାଲିକା: ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ
- ଅକ୍ଟୋବରରୁ ହ୍ୱାଟସ୍ଆପ୍ରେ ମେସେଜ୍ କଲେ ଗଣିବେ ଟଙ୍କା
- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର
- ଛକା ମାରିବାରେ କୋହଲିଙ୍କ ପ୍ରଥମ ପସନ୍ଦ ୪୭ ବର୍ଷୀୟ କ୍ରିସ ଗେଲ
- କଟକରେ ନକଲି ପନିର କାରବାର: ୧୧ ଜଣଙ୍କ ନାମରେ ଏତଲା, ତଦନ୍ତ ଜୋରଦାର

Comments are closed.