Latest Odisha News

BREAKING NEWS

ଥୋମାସ କପ: ୭୩ ବର୍ଷ ପରେ ଟାଇଟଲ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତୀୟ ବ୍ୟାଡମିଂଟନ ପାଇଁ ଖୁସିର ଦିନ । ଦୀର୍ଘ ୭୩ ବର୍ଷ ପରେ ଭାରତ ଥୋମାସ କପରେ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ପୁରୁଷ ଦଳ ୩-୦ରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା । ପ୍ରଥମ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ୮-୨୧, ୨୧-୧୭ ଓ ୨୧-୧୬ରେ ଆନ୍ଥୋନୀ ସିନିସୁକା ଗିନଟିଂଗଙ୍କୁ ପରାସ୍ତ କରିଥିଲେ । ଡବଲ୍ସର ପ୍ରଥମ ମୁକାବିଲାରେ ଚିରାଗ ସେଟ୍ଟୀ ଓ ସାତ୍ୱିକ ସାଇରାଜ ଯୋଡି ୨୧-୧୮, ୨୩-୨୧ ଓ ୨୧-୧୯ରେ ମହମ୍ମଦ ଅହସାନ ଓ କେଭିନ ସଞ୍ଜୟା ସୁକାମୁଲଜି ଯୋଡିଙ୍କୁ ଏବଂ କିଦାମ୍ବି ଶ୍ରୀକାନ୍ତ ୨୧-୧୫ ଓ ୨୩-୨୧ରେ କ୍ରିଷ୍ଟିଙ୍କୁ ହରାଇ ଭାରତକୁ ବିଜୟୀ କରାଇଥିଲେ । ଭାରତ କ୍ରମାଗତ ୩ଟି ମ୍ୟାଚରେ ବିଜୟୀ ହେବାରୁ ବାକି ୨ଟି ମ୍ୟାଚ ଖେଳାଯାଇ ନ ଥିଲା ।

୧୯୪୯ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପରଠାରୁ ଭାରତ କେବେ ହେଲେ ଚାମ୍ପିୟନ ହୋଇପାରି ନ ଥିଲା । ଇଣ୍ଡୋନେସିଆ, ଚୀନ, ଡେନମାର୍କ ଓ ମାଲେସିଆର ସମ୍ପୂର୍ଣ୍ଣ ପ୍ରଭାବ ରହୁଥିଲା । ମାଲେସିଆ, ଡେନମାର୍କକୁ ହରାଇ ଭାରତ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଭାରତର ଏହି ବିଜୟ ନେଇ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.