Latest Odisha News

BREAKING NEWS

ଅକ୍ଷିତାରାଜଙ୍କୁ ଏହି ଦିନ ବିବାହ କରିବେ ଆକାଶଦୀପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଆକାଶଦୀପ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେ ଡେହରୀ ନିବାସୀ ଅକ୍ଷିତା ରାଜଙ୍କୁ ବିବାହ କରିବେ । ୨୧ ଜୁନରେ ତିଳକ, ୨୨ରେ ମେହେନ୍ଦୀ ଓ ୨୩ରେ ପାରମ୍ପାରିକ ରୀତି ନୀତିରେ ହଲଦୀ ସମାରୋହ ସମ୍ପନ୍ନ କରାଯିବ । ୨୪ରେ ବାରାଣାସୀର ଏକ ଫାଇଭ ଷ୍ଟାର ହୋଟେଲରେ ବାହାଘର ହେବ । ବିହାରର ସମେତ ଦେଶର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେବେ । ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୂରୀ ତାଙ୍କ ଗ୍ରାମକୁ ଯାଇ ଶୁଭକାମନା ଦେଇଛନ୍ତି ।

ଆକାଶଦୀପ ଭାରତ ପକ୍ଷରୁ ୧୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୧୬୩ ରନ କରିଥିବା ବେଳେ ୨୮ ୱିକେଟ ଅକ୍ତିଆର କରିଛନ୍ତି । ସେ ଆଇପିଲରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ୧୪ଟି ମ୍ୟାଚ ଖେଳି ୧୦ଟି ୱିକେଟ ଅକ୍ତିଆର କରିଛନ୍ତି । ବ୍ୟାଟିଂରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ଯୋଗୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇ ପାରି ନାହାନ୍ତି । ତାଙ୍କ ବିବାହ ଉତ୍ସବ ନେଇ ଗ୍ରାମବାସୀମାନେ ବେଶ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.