Latest Odisha News

BREAKING NEWS

ଦୁବାଇରେ ୩୩ କୋଟି ଟଙ୍କା ଲଟେରୀ ଜିତିଲେ ଭାରତୀୟ ଡ୍ରାଇଭର

ଦୁବାଇ: ତେଲେଙ୍ଗାନାର ଅଜୟ ଓଗୁଲାଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଜୀବନରେ କେବେ ହେଲେ ଅଜୟ ଲଟେରୀ ଟିକେଟ କିଣି ନ ଥିଲେ । ତାଙ୍କର ଜଣେ ବନ୍ଧୁ ଅମିରିତ ଡ୍ରରେ ୭୭୭୭ ଦିରହାମ ଜିତିଥିଲେ । ଏହା ଦେଖି ଅଜୟ ମଧ୍ୟ ଏଥିପ୍ରତି ମନ ବଳାଇଥିଲେ । ସେ ୨ଟି ଲଟେରୀ ଟିକେଟ କିଣିଥିଲେ । ଏଥିପାଇଁ ତାଙ୍କୁ ତାଙ୍କ ମାଲିକ ମଧ୍ୟ ପ୍ରୋତ୍ସାହିତ କରିଥିଲେ । ଭାଗ୍ୟବଶତଃ ତାଙ୍କର ଗୋଟିଏ ଟିକେଟରେ ଜ୍ୟାକପଟ ଲାଗି ଯାଇଥିଲା । ଆଉ ସେ ୩୩ କୋଟି ଟଙ୍କାର ମାଲିକ ହୋଇ ଯାଇଥିଲେ । ପୂର୍ବରୁ ସେ ଏକ ଜୁଏଲାରୀ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରି ମାସକୁ ୭୨ ହଜାର ଟଙ୍କା ଆୟ କରୁଥିଲେ ।

BjdElectrycity

ଏବେ ତାଙ୍କ ଭାଗ୍ୟ ବଦଳିଯାଇଛି । ସେ ଭାରତ ଆସି ନିଜର ଏକ କନଷ୍ଟ୍ରକଶନ କମ୍ପାନୀ ଖୋଲିବେ ବୋଲି କହିଛନ୍ତି । ଏହା ବ୍ୟତୀତ ମୁଁ ଦୁଃଖୀ ଦରିଦ୍ରଙ୍କ ମନଖୋଲି ସହାୟତା କରିବି । ଲଟେରୀ ଜିତିବା ପରେ ମୋତେ ପୁରସ୍କାର ରାଶି ଗଣିବାକୁ କୁହାଯାଇଥିଲା । ମୁଁ ଏହି ରାଶିରେ ଥିବା ଶୂନ ଗଣିପାରି ନ ଥିଲି ବୋଲି ସେ ହସି କରି କହିଛନ୍ତି ।

Leave A Reply

Your email address will not be published.