Latest Odisha News

BREAKING NEWS

ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ, ଜଳଦସ୍ୟୁଙ୍କ କବଳରୁ ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା

ନୂଆଦିଲ୍ଲୀ: ପୁଣିଥରେ ନିଜର ଶୌର୍ଯ୍ୟ ଦେଖାଇଛି ଭାରତୀୟ ନୌସେନା । ଆରବ ସାଗରରେ ଅପହରଣ ହୋଇଥିବା ଆଉ ଗୋଟିଏ ଇରାନୀୟ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି । ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ଜଳଦସ୍ୟୁଙ୍କ କବଳରୁ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ନୌସେନା । ଏହା ଏକ ମାଛଧରା ଜାହାଜ ହୋଇଥିବା ବେଳେ ୯ ଜଣ ସଶସ୍ତ୍ର ଜଳଦସ୍ୟୁ ଏହାକୁ ଅପହରଣ କରିନେଇଥିଲେ ।

ନୌସେନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ମାର୍ଚ୍ଚ ୨୮ ତାରିଖରେ ଆରବ ସାଗରରେ ଇରାନର ଏକ ମାଛ ଧରା ଜାହାଜ ଅଲ କମ୍ବର ୭୮୬କୁ ଆରବ ସାଗରରେ ଜଳଦସ୍ୟୁ ଅପରହଣ କରିନେଇଥିଲେ । ଖବର ପାଇବା ପରେ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା । ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିଥିଲା ।

ଆରବ ସାଗରରେ ଅନେକ ସମୟରେ ବିଭିନ୍ନ ଦେଶର ପରିବହନ ଜାହାଜଗୁଡିକୁ ଜଳଦସ୍ୟୁମାନେ ଅପହରଣ କରୁଥିବାର ଖବର ଆସୁଛି ଏବଂ ପ୍ରତିଥର ଭାରତୀୟ ନୌସେନା ଜଳଦସ୍ୟୁଙ୍କୁ କବଳରୁ ଅପହୃତ ଜାହାଜକୁ ଉଦ୍ଧାର କରୁଛି ।

Leave A Reply

Your email address will not be published.