Latest Odisha News

BREAKING NEWS

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ବିଜେଡି ଛାଡିଲେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି । ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି ।

ପ୍ରିୟଦର୍ଶୀ ମିଶ୍ର ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ । ସେ ବିଜେଡିର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା । ଉତ୍ତର ଭୁବନେଶ୍ୱରରୁ ଟିକେଟ ପାଇଁ ପ୍ରିୟଦର୍ଶୀ ଆଶାୟୀ ଥିଲେ ।

ସୂଚନା ଅନୁସାରେ, ୨୦୧୪ ରୁ ୨୦୧୯ ଯାଏଁ ସେ ବିଧାୟକ ଥିଲେ । ୨୦୧୯ରେ ଦଳ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିକେଟ୍ ଦେଇଥିଲା । ଯାହା ସ୍ପଷ୍ଟ ହୋଇଥିଲା ଯେ, ୨୦୧୯ ପରଠାରୁ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିଲା । ଏହି ଦୃଷ୍ଟିରୁ ପ୍ରିୟଦର୍ଶୀ ଚଳିତ ନିର୍ବାଚନରେ ଟିକେଟ୍ ପାଇବା ଆଶା ନଥିବା ଆଶା କରି ଦଳ ଛାଡିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ବିଜେଡି ଛାଡିବା ପରେ ପ୍ରିୟଦର୍ଶୀ କେଉଁ ଦଳରେ ସାମିଲ ହେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.