ନୂଆଦିଲ୍ଲୀ: ସଂସଦରେ ଚାଲୁଛି ଶୀତକାଳୀନ ଅଧିବେଶନ। ପ୍ରତି ଅଧିବେଶନରେ ହଙ୍ଗାମା କରୁଛନ୍ତି ବିରୋଧୀ । ତେଣୁ ପ୍ରତିଦିନ ସ୍ଥଗିତ ହେଉଛି ସଂସଦର କାର୍ଯ୍ୟକାଳ । ତେଣୁ ସଂସଦକୁ ଆସୁଥିବା ସାଂସଦ, ସାମ୍ବାଦିକ ଓ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂସଦରେ ଖାଦ୍ୟପେୟ ପାଇଁ ଗୋଟିଏ କ୍ୟାଣ୍ଟିନ ରହିଛି । କିନ୍ତୁ ସେଠାରେ ମିଳୁଥିବା ଭେଜ ଥାଳିର ମୂଲ୍ୟ ଆପଣ ଜାଣନ୍ତି କି ? ଏଠାରେ ରୁଟିର ମୂଲ୍ୟ କେତେ ଆପଣ ଜାଣନ୍ତି କି ?
୭୦ ବର୍ଷ ପୂର୍ବରୁ ସଂସଦରେ ଏହି କ୍ୟାଣ୍ଟିନ ରହିଛି । ନୂଆ ସଂସଦ ଭବନ ନିର୍ମାଣ ହେବା ଶା ଏହି କ୍ୟାଣ୍ଟିନକୁ ମଧ୍ୟ ଆଧୁନିକିକରଣ କରାଯାଇଛି । କ୍ୟାଣ୍ଟିନ ଖାଇବାରେ ମିଲେଟକୁ ମଧ୍ୟ ସାମିଲ କରାଯାଇଛି। ପୂର୍ବରୁ ଏହି କ୍ୟାଣ୍ଟିନରେ ବହୁତ ଶସ୍ତାରେ ଖାଇବା ମିଳୁଥିଲା। କିନ୍ତୁ ଏବେ ତାହା ବଢି ଥିବା ଜଣାଯାଇଛି। କିନ୍ତୁ ଅନ୍ୟ ହୋଟେଲ ତୁଳନାରେ ସଂସଦ କ୍ୟାଣ୍ଟିନରେ ଏବେ ମଧ୍ୟ ଶସ୍ତାରେ ଖାଦ୍ୟ ମିଳୁଛି।
୫୦ ପଇସାରେ ମିଳୁଥିଲା ଭେଜ ଥାଳି
ସୂଚନା ଅନୁସାରେ, ସ୍ବାଧୀନତା ପରବର୍ତ୍ତୀ ସମୟରେ ଉତ୍ତର ରେଲୱେ ଦ୍ବାରା ସଂସଦ ଭବନରେ କ୍ୟାଣ୍ଟିନର ବ୍ୟବସ୍ଥା କରାଯାଇଥିଲା। ୨୦୨୧ ମସିହାରୁ ଏହା ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ଦ୍ବାରା ପରିଚାଳିତ ହେଉଛି। ପୂର୍ବରୁ ଏହି କ୍ୟାଣ୍ଟିନ ବହୁତ ଛୋଟ ଥିଲା। ଜବାହାର ଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ପିଏମ ମୋଦୀ ମଧ୍ୟ ଏହି କ୍ୟାଣ୍ଟିନରେ ଖାଦ୍ଯ ଖାଇଛନ୍ତି। ସମୟ ଅନୁସାରେ କ୍ୟାଣ୍ଟିନ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ମଧ୍ୟ ହୋଇଛି। ୧୯୫୦ – ୧୯୬୦ ମସିହାରେ ଏହି କ୍ୟାଣ୍ଟିନରେ ଭେଜ ଥାଳିର ମୂଲ୍ୟ ୫୦ ପଇସା ଥିଲା। କେବଳ ମିଲ୍ ନୁହେଁ , ଚା, ଜଳଖିଆ ଶାହା ଅନ୍ୟ ଖାଦ୍ଯ ସାମଗ୍ରୀ ମୂଲ୍ୟ ମଧ୍ୟ ସେହି ତୁଳନାରେ ଶସ୍ତା ଥିଲା।
ଏବେ ସଂସଦ କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟର ମୂଲ୍ୟ
ଭେଜ ଥାଳି – ୧୦୦ ଟଙ୍କା
ରୁଟି – ୩ ଟଙ୍କା
ଚିକେନ ବିରିୟାନି -୧୦୦ ଟଙ୍କା
ଚିକେନ ତରକାରୀ -୭୫ ଟଙ୍କା
ସାଣ୍ଡୱିଚ- ୩-୬ ଟଙ୍କା
ସଂସଦ ଅଧିବେଶନ ସମୟରେ ତିଆରି ହୁଏ ୫୦୦ ଜଣଙ୍କ ପାଇଁ ଖାଇବା
୨୦୦୮ ମସିହାରେ ସଂସଦର ଆଖପାଖରେ ଗ୍ଯାସ ଲିକ କାରଣରୁ କ୍ୟାଣ୍ଟିନର ଇନ୍ଧନ ସିଷ୍ଟମ ସମ୍ପୂର୍ଣ୍ଣ ବଦଳା ଯାଇଥିଲା। ଗ୍ଯାସ ପରିବର୍ତ୍ତେ ବର୍ତ୍ତମାନ ବିଦ୍ୟୁତ ସାହାଯ୍ୟରେ ରୋଷେଇ କରାଯାଉଛି। ସଂସଦରେ ଥିବା ଏକ କମିଟି ଏହାକୁ ପରିଚାଳନା କରୁଛି। ସଂସଦ ଅଧିବେଶନ ଚାଲିବା ସମୟରେ ଏହି କ୍ୟାଣ୍ଟିନରେ ୫୦୦ ଜଣଙ୍କ ପାଇଁ ଖାଦ୍ଯ ପ୍ରସ୍ତୁତ କରାଯାଏ। ପୂର୍ବରୁ କ୍ୟାଣ୍ଟିନରେ ରୋଷେଇ ହେଉଥିବା ବ୍ୟଞ୍ଜନ ୯୦ ପ୍ରକାରର ଥିବାବେଳେ ବର୍ତ୍ତମାନ ସ୍ବାସ୍ଥ୍ୟ ଓ ପରିଚ୍ଛନ୍ନତା ଦିଗକୁ ଲକ୍ଷ୍ୟ କରି ଏହା କମି ୪୮ ହୋଇଛି।
Comments are closed.