Latest Odisha News

ବ୍ରିଟେନରେ ନିଖୋଜ ଭାରତୀୟ ଛାତ୍ରଙ୍କ ଶବ ନଦୀକୂଳରୁ ଉଦ୍ଧାର

ଭୁବନେଶ୍ୱର: ବ୍ରିଟେନରେ ଗତ ମାସରେ ନିଖୋଜ ଥିବା ଭାରତୀୟ ଛାତ୍ରଙ୍କର ଶବ ଥେମ୍ସ ନଦୀକୂଳରୁ   ଉଦ୍ଧାର କରାଯାଇଛି । ପୋଲିସର କହିବା ଅନୁଯାୟୀ, ମିତ୍ କୁମାର ପଟେଲ ନାମକ ଜଣେ ୨୩ ବର୍ଷୀୟ ଛାତ୍ର ଗତ ସେପ୍ଟେମ୍ବରରେ ଉଚ୍ଚଶିକ୍ଷା ପାଇଁ ବ୍ରିଟେନ ଯାଇଥିଲେ । ନଭେମ୍ବର ୧୭ ତାରିଖରୁ ହଠାତ ନିଖୋଜ ହୋଇଗଲେ । ମେଟ୍ରୋପଲିଟନ ପୋଲିସ ନଭେମ୍ବର ୨୧ ତାରିଖ ଦିନ ପୂର୍ବ ଲଣ୍ଡନର କେନରୀ ଘାଟ ନିକଟ ଥେମ୍ସ ନଦୀ କୂଳରୁ ତାଙ୍କର ଶବକୁ ଉଦ୍ଧାର କରିଥିଲା ।

ମୀତ କୁମାରଙ୍କର ଏକ ବନ୍ଧୁ ପାର୍ଥ ପଟେଲ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଏକ ଅନଲାଇନ ଅଭିଯାନ ‘ଗୋ ଫଣ୍ଡ ମି’ଆରମ୍ଭ କରିଥିଲେ । ଏଥିରେ କୁହାଯାଇଥିଲା, ମୀତ କୁମାର ପଟେଲ, ୨୩ ବର୍ଷୀୟ ଯୁବକ ଥିଲେ ଯିଏ ୨୦୨୩ ନଭେମ୍ବର ୧୯ ତାରିଖରେ ଉଚ୍ଚଶିକ୍ଷା ପାଇଁ ବ୍ରିଟେନ ଆସିଥିଲେ । ସେ ଏକ ଚାଷୀ ପରିବାରର ଥିଲେ ଏବଂ ଗାଁରେ ରହୁଥିଲେ । ସେ ନଭେମ୍ବର ୧୭ ତାରିଖରୁ ନିଖୋଜ ଥିଲେ । ନଭେମ୍ବର ୨୧ ତାରିଖରେ ପୋଲିସ ତାଙ୍କ ଶବକୁ ଉଦ୍ଧାର କରିଛି । ସେଥିପାଇଁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏବଂ ତାଙ୍କର ଶବ ଭାରତ ପଠାଇବା ପାଇଁ ନିଷ୍ପତ୍ତି ନେଇଛୁ ।’ଏହି ଆବେଦନରେ କୁହାଯାଇଥିଲା, ଧନରାଶି ମୀତ କୁମାରଙ୍କ ପରିବାରୁ ହସ୍ତାନ୍ତର କରାଯିବ ।

ଇଭିନିଂ ଷ୍ଟାଣ୍ଡାର୍ଡ ଖବରକାଗଜ ଅନୁସାରେ, ମୀତ କୁମାର ଶେଫିଲ୍ଡ ହାଲମ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ କରିବା ପାଇଁ ତଥା  ଆମାଜନରେ ପାର୍ଟ ଟାଇମ କାମ କରିବା ପାଇଁ ଶିଫିଲ୍ଡ ଯାଇଥାନ୍ତେ । ମିଳିଥିବା ଖବର ଅନୁସାରେ, ସେ ସକାଳୁ ସକାଳୁ ପ୍ରାତଃଭ୍ରମଣରେ ଯାଇଥିଲେ । ହେଲେ ଲଣ୍ଡନସ୍ଥିତ ତାଙ୍କ ଘରକୁ ଫେରି ନ ଥିଲେ । ପରେ ତାଙ୍କ ସମ୍ପର୍କୀୟ ଲୋକ ପୋଲିସକୁ ତାଙ୍କ ନିଖୋଜ ସମ୍ପର୍କରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.