Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ହିଂସାରେ ଟାର୍ଗେଟ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ !

କେପଟାଉନ: ଦକ୍ଷିଣଆଫ୍ରିକା ହିଂସା ନେଇ ଚିନ୍ତାଜନକ ତଥ୍ୟ ସାମ୍ନା ଆସିଛି । ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଜେଲ ଦଣ୍ଡାଦେଶ ମିଳିବା ପରେ ଦେଶରେ ଏହାକୁ ବିରୋଧ କରି ତାଙ୍କ ସମର୍ଥକମାନେ ହିଂସାକାଣ୍ଡ ରଚୁଛନ୍ତି । ସେମାନେ ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି । ପ୍ରଦର୍ଶନ ଏବଂ ଦଙ୍ଗକାରୀମାନେ ଭାରତୀୟ ବଂଶୋଦ୍ଭବଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛନ୍ତି । ସ୍ଥାନୀୟ ସରକାର ଇତି ମଧ୍ୟରେ ୧୦ହଜାର ସୈନିକଙ୍କୁ ଦଙ୍ଗା ରୋକିବା ପାଇଁ ନିୟୋଜିତ କରିଛନ୍ତି ।

କ୍ୱାଜୁଲୁ-ନଟାଲ ଓ ଗୌତେଙ୍ଗ ଅଂଚଳରେ ଦଙ୍ଗା ଏବଂ ଲୁଟପାଟ ଅଧିକ ରହିଛି । ୭୯ ବର୍ଷୀୟ ଜୁମାଙ୍କ ଉପରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଅଭିଯୋଗ ପ୍ରମାଣିତ ହୋଇଛି । ଏହି ଅନିୟମିତତାରେ ଭାରତୀୟ ବଂଶୋଦ୍ଭବ ଗୁପ୍ତା ବନ୍ଧୁଙ୍କ ମଧ୍ୟ ସାମିଲ ରହିଥିଲେ । ସେଥିପାଇଁ ଜୁମାଙ୍କ ସମର୍ଥକମାନେ ଭାରତୀୟଙ୍କ ଉପରେ ରାଗ ଶୁଝାଉଛନ୍ତି ।

Leave A Reply

Your email address will not be published.