Latest Odisha News

BREAKING NEWS

ପିସି ଭାଗ ବଣ୍ଟାର ଭିଡିଓ ଭାଇରାଲ

ନୂଆପଡା :  ପିସି ଭାଗବଣ୍ଟାର ଭିଡିଓ ଭାଇରାଲ । କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ । ନୂଆପଡା ସିନାପାଲି ବ୍ଲକରେ ରାଜ୍ୟ ସରକାର ଙ୍କ 5T ର ବେଖାତିର ।  ନୂଆପଡା ଜିଲ୍ଲାରେ ସରକାରୀ ବାବୁ ମାନେ 5T କୁ ବେଖାତିର କରି ଖୁଲୁମଖୁଲା ପିସି କାରବାର କରୁଥିବା ଭିଡିଓ ସାମ୍ନାକୁ ଆସିଛି । ସିନାପାଲି ବ୍ଲକ ର ବିଭିନ୍ନ ଉନ୍ନୟନ କାମରେ ୧୮ ରୁ ୨୫ ପ୍ରତିଶତ ପିସି କାରବାର ହେଉଛି । ସିନାପାଲି ବ୍ଲକରେ ଏହି ପିସି କାରବାର ହେଉଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

BjdElectrycity

ଏହି ଭିଡିଓ ରେ ସିନାପାଲି ବ୍ଲକର ଦୁଇ ଜଣ ଯନ୍ତ୍ରୀ ନାରାୟଣ ସାହୁ ଓ ଉପେନ୍ଦ୍ର ତିହାଡ଼ି – ବ୍ଲକର ବିଡ଼ିଓ, ମୁଖ୍ୟ କିରାଣୀ,  ଇଂଜିନିୟରଙ୍କ ନାମ ନେଇ ଠିକାଦାରଙ୍କ ଠାରୁ ପିସି ଆଦାୟ କରୁଛନ୍ତି । ଏହି ଭିଡିଓଟି ସିନାପାଲିର କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ତିହାଡ଼ିଙ୍କ ବାସଗୃହରେ ରେକର୍ଡ ହୋଇଥିବା ଜଣାପଡୁଛି । ଟେବୁଲ ଉପରେ ବିଡ଼ାବିଡା ଟଙ୍କା ରଖି  ହିସାବକିତାବା କରି ଭାଗବଣ୍ଟା ଚାଲିଛି । ଏହି ଭିଡିଓରେ କେଉଁ ସରକାରୀ ବାବୁଙ୍କ କେତେ ଭାଗ ତାହା ସ୍ପଶ ଶୁଣା ଯାଉଛି । ଘଟଣାକୁ ସିନାପାଲି ବିଡ଼ିଓ ଖଣ୍ଡନ କରୁଥିବା ବେଳେ ଜିଲ୍ଲାପାଳ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଅପରପକ୍ଷରେ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ଭର ବିଭିନ୍ନ ସଂଗଠନ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.