Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ୧୦ ଲକ୍ଷ କୋଭିଡ୍ ଟେଷ୍ଟ, ୩୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦିନକୁ ୧୦ ଲକ୍ଷ କୋଭିଡ୍ ଟେଷ୍ଟ । ଚିହ୍ନଟ ହେଉଛନ୍ତି ୪୦ ହଜାରରୁ କମ୍ କରୋନା ଆକ୍ରାନ୍ତ । ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୧୦ଲକ୍ଷ ୨୨ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୩୨ ହଜାର ୮୦ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୭ଲକ୍ଷ ୩୫ହଜାର ୮୫୦କୁ ବୃଦ୍ଧି ପାଇଛି ।

ଦୈନିକ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । କିନ୍ତୁ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୧ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଆଉ ୪୦୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୧ହଜାର ୩୬୦ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫%।

ଦେଶରେ ୪ ଲକ୍ଷ ତଳେ ରହିଛି କରୋନା ଆକ୍ଟିଭ୍ କେସ୍ । ବଢୁଛି ସୁସ୍ଥହାର । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୩୬ହଜାର ୬୩୫ ସଂକ୍ରମିତ । ମୋଟ୍ ସୁସ୍ଥ ସଂଖ୍ୟା ୯୨ଲକ୍ଷ ୧୫ହଜାର ୫୮୧କୁ ବୃଦ୍ଧି ପାଇଛି । ସୁସ୍ଥହାର ରହିଛି ୯୪ପ୍ରତିଶତ । ଦେଶରେ ମୋଟ୍ ୩ଲକ୍ଷ ୭୮ହଜାର ୯୦୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.