Latest Odisha News

BREAKING NEWS

କୃଷକ ଦିବସରେ ଭାରତକୁ ଆସିଲା ପ୍ରଥମ ଇଲେକ୍ଟ୍ରିକ୍ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ନୂଆ ଉଦ୍ଭାବନ । କୃଷକ ଦିବସରେ ଭାରତରେ ଲଂଚ ହେଲା ପ୍ରଥମ ଇଲେକ୍ଟ୍ରିକ ଟ୍ରାକ୍ଟର । ୟୁରୋପ, ଆମେରିକା ଓ ଆଫ୍ରିକା ସହ୧୩୦ଟି ଦେଶରେ କାୟା ବିସ୍ତାର କରିଥିବା ସୋନାଲିକା ଭାରତୀୟ ବଜାରକୁ ଆଣିଲା ଇଲେକ୍ଟ୍ରିକ ଟ୍ରାକ୍ଟର ଟାଇଗର ଇଲେକ୍ଟ୍ରିକ୍ ।

ଟାଇଗର ଇଲେକ୍ଟ୍ରିକକୁ ୟୁରୋପରେ ଡିଜାଇନ୍ କରାଯାଇଛି । କମ୍ପାନୀ ଦାବି କରିଛି ଏହି ଇଲେକ୍ଟ୍ରିକ ଟ୍ରାକ୍ଟର ସବୁ ପ୍ରକାର ପାଣିପାଗରେ, ଅନାୟସରେ ଓ ବିନା ଶବ୍ଦ କରି ନିଜ ଦକ୍ଷତା ପ୍ରତିପାଦିତ କରିବ । କମ୍ପାନୀ ଏପରି ବି ଦାବି କରିଛି ଯେ, ଯେ କୌଣସି ସ୍ଥିତିରେ ମାଲ ବୋହିବାରେ ଏହି ଟ୍ରାକ୍ଟର ବେଶ ସକ୍ଷମ । ଏହି ଟ୍ରାକ୍ଟରର ଏକ୍ସ-ସୋରୁମ ମୂଲ୍ୟ ରହିଛି ୫.୯୯ ଲକ୍ଷ ।

ଟ୍ରାକ୍ଟରରେ ଲାଗିଥବା ୨୫.୫ କିଲୋ ୱାଟ୍ କୁଲିଂ ବ୍ୟାଟେରୀକୁ ଘରେ ଅତି ସହଜରେ ଚାର୍ଜ କରିହେବ । ବ୍ୟାଟେରୀ ସମ୍ପୁର୍ନ ଚାର୍ଜ ହେବାକୁ ୧୦ ଘଣ୍ଟା ନେଇଥାଏ ବୋଲି କମ୍ପାନୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ତା ଛଡା ଟ୍ରାକ୍ଟରର ସର୍ବାଧିକ ଗତି ୨୪.୯୩ କି.ମି ପ୍ରତି ଘଣ୍ଟା ରହିଥିଲାବେଳେ ୨ଟନ୍ ମାଲ ବୋହିବା ସମୟରେ ଏହାର ବ୍ୟାଟେରୀ ୮ ଘଣ୍ଟାର ବ୍ୟାକଅପ୍ ଦେବ । ତେବେ ଗ୍ରାହକ ବିକଳ୍ପ ରୂପେ କମ୍ପାନୀରୁ ଫାଷ୍ଟ ଚାର୍ଜିଂ ବ୍ୟବସ୍ଥା ମଧ୍ୟ ହାସଲ କରିପାରିବେ । ଯାହା ମାତ୍ର ୪ ଘଣ୍ଟାରେ ଟ୍ରାକ୍ଟରକୁ ଚାର୍ଜ କରିଦେବ ।

Leave A Reply

Your email address will not be published.