Latest Odisha News

BREAKING NEWS

ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଆଜି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର: ଭାରତର ପ୍ରଥମ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡ. ରାଜେନ୍ଦ୍ର ପ୍ରସାଦଙ୍କର ଆଜି ହେଉଛି ପୁଣ୍ୟତିଥି ।

ହରିହର ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜ ସେବୀ ଏବଂ ଓକିଲ । ସେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ସହ ସ୍ୱଦେଶୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ଗଢିଥିଲେ ‘ବିହାର ବିଦ୍ୟାପୀଠ’ ।

ସେ ୧୮୮୪ ମସିହାରେ ବିହାରର ସିୱାନ୍ ଜିଲ୍ଲା ଅନ୍ତର୍ଗତ ଜୀରାଦେଈ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମହାଦେୱ ସହାୟ ହଥୁୱା ହୋଇଥିବା ବେଳେ ସେମାନେ କାୟସ୍ଥ ପରିବାରର ଥିଲେ ।

ଇହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଆଇନରେ ଡକ୍ଟରେଟ୍ ପାଇବା ପରେ ସେ ବିହାର, ଓଡିଶା ଉଚ୍ଚ ନ୍ୟାୟାଳୟ ଓ ପରେ ଭାଗଲପୁରରେ ଓକିଲାତି କରିଥିଲେ ।

ପରବର୍ତ୍ତୀ ସମୟରେ ଭାରତ ସ୍ୱାଧୀନତା ପାଇବା ପରେ ତାଙ୍କୁ ସାମ୍ବିଧାନିକ ସଭାର ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ଏହାପରେ ପରେ ସେ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଅବସ୍ଥାପିତ ହୋଇଥିଲେ ।

ଆହୁରି ମଧ୍ୟ ୧୯୫୦-୬୨ ଯାଏଁ ସେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ । ଏଭଳି ଜଣେ ବ୍ୟକ୍ତିତ୍ୱଙ୍କର ଜନ୍ମ ଦିବସକୁ ‘ଭାରତୀୟ ଆଇନଜୀବୀ ଦିବସ’ ଭାବେ ପାଳନ କରାଯାଇଥାଏ ।

୧୯୬୩ ମସିହା ଫେବୃଆରୀ ୨୮ ତାରିଖରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

 

Leave A Reply

Your email address will not be published.