Latest Odisha News

BREAKING NEWS

ଭୁବନେଶ୍ୱରରେ ଅମିତ ଶାହା….

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ବିମାନ ବନ୍ଦରରୁ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଯୋଗଦେବେ ଶାହା । ଏହାପରେ ପରେ ଜନତା ମଇଦାନରେ ବିଜେପି ପକ୍ଷରୁ ଆୟୋଜିତ ସିଏଏ ସପକ୍ଷ ସମାବେଶରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ ଶାହ । ଏନେଇ ବିଜେପି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି ।

ସେହିପରି ସନ୍ଧ୍ୟା ୬ଟାରୁ ହୋଟେଲ ମେ’ ଫେୟାରରେ ଆରମ୍ଭ ହେବ ବିଜେପିର ଦଳୀୟ କର୍ମକର୍ତ୍ତାଙ୍କ ବୈଠକ ।

ସେଠାରୁ ଅମିତ ଶାହା ସିଧା ପୁରୀ ଯାଇ ସେଠାରେ ରାତ୍ରିଯାପନ କରିବେ । ଶନିବାର ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ବର ଫେରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.