Latest Odisha News

ଫେବୃଆରୀ ୨୮: ଜାଣନ୍ତୁ, ଆଜିର ଦିନରେ କାହିଁକି ପାଳିତ ହୁଏ ‘ଜାତୀୟ ବିଜ୍ଞାନ ଦିବସ’

ଭୁବନେଶ୍ୱର: ସାରା ଦେଶରେ ଫେବୃଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ଆଜିର ଦିନରେ ହିଁ ଦେଶର ମହାନ୍ ବେଜ୍ଞାନିକ ସିଭି ରମଣ ‘ରମଣ ପ୍ରଭାବ’ ଅବା ‘ରମଣ ରଶ୍ମି’ର ଆବିଷ୍କାର କରିଥିଲେ ।

ଏହି ଆବିଷ୍କାର ଲାଗି ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ଗ୍ରହଣ କରିବାରେ ସେ କେବଳ ଭାରତରେ ନୁହେଁ ବରଂ ଏସିଆ ମହାଦେଶରେ ମଧ୍ୟ ପ୍ରଥମ ଥିଲେ ।

୧୯୨୮ ମସିହା ଫେବୃଆରୀ ୨୮ରେ ପ୍ରଖ୍ୟାତ ଭୌତିକ ବିଜ୍ଞାନୀ ସର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ ଏହା ଆବିଷ୍କାର କରିଥିଲେ ।

ତେଣୁ ‘ଜାତୀୟ ବିଜ୍ଞାନ ଏବଂ ବୈଷୟିକ ଯୋଗାଯୋଗ ପରିଷଦ’ର ଅନୁମୋଦନ କ୍ରମେ ଫେବୃଆରୀ ୨୮ ତାରିଖକୁ ଆମ ଦେଶରେ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ତେବେ ୧୯୮୭ ମସିହାରେ ପ୍ରଥମ ବିଜ୍ଞାନ ଦିବସ ପାଳିତ ହୋଇଥିଲା ।

ଯାହାର ମୂଳ ଲକ୍ଷ୍ୟ ହେଉଛି ବିଜ୍ଞାନର ପ୍ରଚାର ଓ ପ୍ରସାର । ବିଶେଷ କରି ଲୋକମାନଙ୍କୁ ବିଜ୍ଞାନ ଭିତ୍ତିକ ଗବେଷଣା, ଆବିଷ୍କାର ଏବଂ ଦ୍ରୈନନ୍ଦିନ ଜୀବନରେ ବିଜ୍ଞାନର ଗୁରୁତ୍ୱ ଉପରେ ବୁଝାଇବା ।

 

Leave A Reply

Your email address will not be published.