Latest Odisha News

ଭୁବନେଶ୍ୱରରୁ ଆରମ୍ଭ ହେଲା ଆକାଶ ଏୟାରଲାଇନ୍ସର ବିମାନ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବରରୁ ପୁଣେ ଓ ବେଙ୍ଗାଲୁରକୁ  ଉଡିଲା  ଆକାଶ ଏୟାରଲାଇନ୍ସ । ସବୁଠାରୁ କମ ଦେୟ ଯୁକ୍ତ ଏହି ବିମାନ ୧୪ଟି ସପ୍ତାହିକ ଉଡାଣ ସହ ତାର ସେବା ଆରମ୍ଭ କରିଛି । ଆକାଶ ଏୟାର ତା’ର ଉଡାଣ ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ  କରିଛ । ପ୍ରଥମ ଉଡାଣ ଭୁବନେଶ୍ୱରରୁ ପୁଣେ ଥିଲା   ।

BjdElectrycity

ଆକାଶ ଏୟାରର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରତିଦିନ ବେଙ୍ଗାଲୁରରୁ ସଂଧ୍ୟା ୫ଟା ୪୦ରେ ଉଡ଼ାଣ ଆରମ୍ଭ କରି ରାତି ୭ଟା ୫୦ରେ ଭୁବନେଶ୍ୱରରେ ଅବତରଣ କରିବ। ସେହିପରି ଭୁବନେଶ୍ୱରରୁ ଅପରାହ୍ନ ୨.୦୫ରେ ଉଡାଣ ଆରମ୍ଭ କରି ଅପରାହ୍ନ ୪.୨୦ ବେଙ୍ଗାଲୁରରେ ଅବତରଣ କରିବ ।

ସେହିପରି ଭୁବନେଶ୍ୱରରୁ ସକାଳ ୮.୪୦ରୁ ପୁଣେ ଅଭିମୁଖେ ଉଡାଣ ଆରମ୍ଭ କରି ସକାଳ ୧୦.୫୦ରେ ପହଞ୍ଚିବ । ସେଠାରୁ ପୂର୍ବାହ୍ନ ୧୧.୨୫ରେ ଉଡାଣ ଆରମ୍ଭ କରି ଭୁବନେଶ୍ୱରରେ ଅପରାହ୍ନ ୧.୩୦ରେ ଅବତରଣ କରିବ ।

କୋଟିପତି ନିବେଶକ ରାକେଶ ଝୁନଝୁନୱାଲାଙ୍କ ସମର୍ଥନରେ ଭାରତର ଏହି ନୂଆ ଏୟାର ଲାଇନ୍ସ ଆକାଶ ଏୟାର ଗତବର୍ଷ ଅଗଷ୍ଟରେ ପ୍ରଥମ ଥର ପାଇଁ ମୁମ୍ବାଇ-ଅହମ୍ମଦାବାଦ ଉଡାଣ କରିଥିଲା  ।

Leave A Reply

Your email address will not be published.