Latest Odisha News

ପଦକ ସମ୍ଭାବନା ସୃଷ୍ଟି କଲେ ଶୁଟର ସୌରଭ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ଶୁଟର ସୌରଭ ଚୌଧୁରୀ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଇଭେଂଟର ଫାଇନାଲରେ ସେ ପ୍ରବେଶ କରିଛନ୍ତି । ସୌରଭ ୬ ସିରିଜ କ୍ୱାଲିଫାଇଂ ରାଉଣ୍ଡରେ ୬୦୦ରୁ ୫୮୬ ପଂଏଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିଲେ ।

ଅନ୍ୟ ଭାରତୀୟ ଅଭିଷେକ କ୍ୱାଲିଫାଇଂ ରାଉଣ୍ଡରୁ ବାଦ୍ ପଡିଛନ୍ତି । ସେ ୫୭୫ ପଂଏଟ ହାସଲ କରି ୧୭ତମ ସ୍ଥାନରେ ରହିଥିଲେ । କ୍ୱାଲିଫାଇଂରେ ପ୍ରଥମ ୮ଟି ସ୍ଥାନରେ ରହିଥିବା ଶୁଟରଙ୍କୁ ଫାଇନାଲ ପ୍ରବେଶ ସୁଯୋଗ ମିଳିଥାଏ । ସୂଚନାଯୋଗ୍ୟ, ସୌରଭଙ୍କୁ ଭାରତ ପକ୍ଷରୁ ଏକ ନିଶ୍ଚିତ ପଦକ ହାସଲକାରୀ ଭାବେ ବିବେଚନା କରାଯାଉଛି ।

Leave A Reply

Your email address will not be published.