Latest Odisha News

ମେଡିକାଲ ସାଇନ୍ସ ସହ ଆସ୍ଥାର ମିଳନ, ଅପରେଶନ ବେଳେ ରୋଗୀ ପଢ଼ିଲେ ହନୁମାନ ଚାଳିଶା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଆଜି ମେଡିକାଲ ସାଇନ୍ସ ସହ ଆସ୍ଥା ଓ ବିଶ୍ୱାସର ଏକ ଅଦ୍ଭୂତପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି । ୨୪ ବର୍ଷୀୟା ଜଣେ ଯୁବତୀଙ୍କ ବ୍ରେନ ଟ୍ୟୁମର ଅପରେଶନ ବେଳେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ହନୁମାନ ଚାଳିଶା ପଢିବାକୁ କହିଥିଲେ । ୩ ଘଂଟା ଧରି ଚାଲିଥିବା ଏହି ଅପରେଶନରେ ଯୁବତୀଙ୍କୁ ଚେତାରେ ରଖାଯାଇ ଅପରେଶନ କରାଯାଇଥିଲା । ମନୋବଳ ବଢ଼ାଇବା ପାଇଁ ଡାକ୍ତର ଦୀପକ ଗୁପ୍ତା ତାଙ୍କୁ ହନୁମାନ ଚାଳିଶା ପଢ଼ିବାକୁ କହିଥିଲେ ।

ପେଶାରେ ଶିକ୍ଷକତା କରୁଥିବା ଏହି ଯୁବତୀଜଣକ ଏଥିରେ ମନ ଦେଇଥିଲେ । ଯୁବତୀଙ୍କ ଅପରେଶନ ସଫଳ ହୋଇଛି ଏବଂ ତାଙ୍କୁ ଖୁବ୍ ଶୀଘ୍ର ଘରକୁ ପଠାଇ ଦିଆଯିବ ବୋଲି ଡାକ୍ତର ଗୁପ୍ତା କହିଛନ୍ତି । ସେ ହନୁମାନଙ୍କ ଭକ୍ତ ହୋଇଥିବାରୁ ଚିକିତ୍ସାରେ ଆମକୁ ସହାୟ ହେଲା ବୋଲି ଗୁପ୍ତା କହିଛନ୍ତି ।

Leave A Reply

Your email address will not be published.