Latest Odisha News

BREAKING NEWS

ଏହି ଦିନ ଟି୨୦ ବିଶ୍ୱକପ ପାଇଁ ଘୋଷଣା ହେବା ଭାରତୀୟ ଟିମ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି । ଏଥିନେଇ କ୍ରୀଡାସୂଚୀ ମଧ୍ୟ ପୂର୍ବରୁ ଜାରୀ ହୋଇ ସାରିଛି । ରିପୋର୍ଟ ମୁତାବକ ଭାରତ ଏଥିପାଇଁ ଚୂଡାନ୍ତ ଦଳ ମେ ୧ ତାରିଖ ସୁଦ୍ଧା ଘୋଷଣା କରିବ । ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ ବିସିସିଆଇ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ମେ ୧ ସୁଦ୍ଧା ଦଳ ଘୋଷଣା କରିବା ପାଇଁ ଆଇସିସି ପକ୍ଷରୁ ସମୟସୀମା ଜାରୀ କରାଯାଇଛି । ୨୫ ସୁଦ୍ଧା ଦଳ ସେମାନଙ୍କ ଶେଷ ପରିବର୍ତନ କରିପାରିବେ । ନିର୍ଦ୍ଧାରିତ ସମୟ ପରେ କୌଣସି ଖେଳାଳି ପରିବର୍ତନ କରିବାକୁ ଚାହିଁଲେ ଟିମକୁ ଆଇସିସି ଟେକ୍ନିକାଲ କମିଟିରୁ ଅନୁମତି ଆଣିବାକୁ ପଡିବ ।

ଜୁନ ୨ରେ ଆମେରିକା ଓ କାନାଡା ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଭାରତ ଲିଗ ପର୍ଯ୍ୟାୟର ୪ଟି ମ୍ୟାଚ ନ୍ୟୁୟର୍କରେ ଏବଂ ଗୋଟିଏ ମୁକାବିଲା ଲଡରହିଲରେ ଖେଳିବ । ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ୯ରେ ପାକିସ୍ତାନକୁ, ୧୨ରେ ଆମେରିକାକୁ ଓ ୧୫ରେ କାନାଡା ବିପକ୍ଷରେ ମ୍ୟାଚ ଖେଳିବ । ରୋହିତ ଶର୍ମା ଭାରତୀୟ ଟିମର ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି ।

Leave A Reply

Your email address will not be published.