Latest Odisha News

BREAKING NEWS

ବାରିପଦାରେ ତେଜୁଛି ‘ଫଳକ ଭଙ୍ଗା’ ରାଜନୀତି

ମୟୂରଭଞ୍ଜ: ମୟୂରଭଞ୍ଜରେ ଆଜି ଶିଳାନ୍ୟାସ ଭଙ୍ଗାକୁ ନେଇ ଦେଖିବାକୁ ମିଳିଛି ତୁମୁଳକାଣ୍ଡ। ଦିନରେ ସହ କର୍ମୀଙ୍କ ଗହଣରେ ଯାଇ ରାଜସ୍ୱ ମନ୍ତ୍ରୀ ଆଦିବାସୀ ଭବନର ଶିଳାନ୍ୟାସ କରିଥିଲେ। କିନ୍ତୁ ମନ୍ତ୍ରୀ କରିଥିବା ଶିଳାନ୍ୟାସକୁ ରାତିରେ ଗ୍ରାମବାସୀ ଭାଙ୍ଗିଦେବା ଫଳରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ନିର୍ବାଚନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଉଷ୍ମ ହୋଇଛି ମୟୂରଭଞ୍ଜ ଜିଲ୍ଲାର ରାଜନୀତି।

ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆରେ ଏକ ଆଦିବାସୀ ଭବନ ନିର୍ମାଣ କରାଯିବ। ସେଥିପାଇଁ ଗତକାଲି ଏହି ଭବନର ଶିଳାନ୍ୟାସ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ହେଲେ ସେହି ଶିଳାନ୍ୟାସ ଫଳକକୁ ଗ୍ରାମବାସୀ ବିଳମ୍ୱିତ ରାତିରେ ଭାଙ୍ଗି ଦେବାର ସୂଚନା ମିଳିଅଛି। ଫଳକ କିଏ ଭାଙ୍ଗିଲା ଓ କ’ଣ ପାଇଁ ଭାଙ୍ଗିଲା, ସେ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନାହିଁ। ଏପରିକି ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ।

ସେପଟେ ଶିଳାନ୍ୟାସ ସ୍ଥାନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରଙ୍ଗାମାଟିଆ ଗାଁର ବରିଷ୍ଠ ଲୋକମାନେ ଏହି ବୈଠକରେ ଯୋଗ ଦେଇଥିଲେ। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରଙ୍ଗାମାଟିଆ ପଞ୍ଚାୟତରେ ଆଦିବାସୀ ଭବନ ନିର୍ମାଣ ହେଉଥିବା ବେଳେ ଫଳକରେ କାହିଁକି ଦେବେନ୍ଦ୍ରପୁର ମୈଜା ନାଁ ଲେଖା ଯାଇଛି?

ଏହାକୁ ନେଇ ଗାଁର ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଆଦିବାସୀ ଭବନ ଶିଳାନ୍ୟାସ ପୁର୍ବରୁ କାହିଁକି ସ୍ଥାନୀୟ ଆଦିବାସୀଙ୍କ ସହିତ ଆଲୋଚନା କରାଗଲା ନାହିଁ? ସ୍ଥାନୀୟ ନେତା ଓ ଆଦିବାସୀଙ୍କୁ ଉପେକ୍ଷା କରାଯାଇ ବାହାର ଅଞ୍ଚଳର ନେତା ଓ ଲୋକଙ୍କୁ ଆଣି ଶିଳାନ୍ୟାସ କରାଯାଇଥିବାରୁ ସ୍ଥାନୀୟ ପ୍ରତିବାଦ କରିଥିଲେ।

 

Leave A Reply

Your email address will not be published.