Latest Odisha News

BREAKING NEWS

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କଲା ଇଣ୍ଡିଗୋ, ୧୦ରୁ ପ୍ରତିଦିନ ଉଡାଣ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କଲା ‘ଇଣ୍ଡିଗୋ’ ଏୟାରଲାଇନ୍ସ। ଆଜି ଦିଲ୍ଲୀ- ଅଯୋଧ୍ୟା ମଧ୍ୟରେ ଦୁଇଟି ବିମାନ ଉଡାଣ କରିଛି । ଉଭୟ ସହରରୁ ଦୁଇଟି ବିମାନ ଉଡାଣ ଭରି ଉଭୟ ବିମାନ ବନ୍ଦରରେ ଅବତରଣ କରିଛି । ଆଜି ପରୀକ୍ଷା ମୂଳକଭାବେ ଏହି ଉଡାଣ ସଫଳତାର ସହ ଶେଷ ହୋଇଥିବା ବେଳେ ୧୦ ତାରିଖରୁ ଦିଲ୍ଲୀ ଓ ଅଯୋଧ୍ୟା ମଧ୍ୟରେ ନିୟମିତ ଉଡାଣ ସେବା ଆରମ୍ଭ କରିବ ଇଣ୍ଡିଗୋ । ଏହି ବିମାନ ବନ୍ଦର ସହ ଇଣ୍ଡିଗୋର ଘୋଇ ବିମାନ ସେବା ୮୬ ତମ ଡେଷ୍ଟିନେସନରେ ପହଞ୍ଚିଛି । ସେହିପରି ସମଗ୍ର ନେଟଓ୍ବାର୍କରେ ଉଡାଣ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି ।

ଡିସେମ୍ବର ୩୦ରେ ଏହି ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିସାରିଛନ୍ତି । ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହା ଉଡାଣକ୍ଷମ ହୋଇସାରିଛି । ଉଡାଣ ସମ୍ପର୍କିତ ସମସ୍ତ ଆବଶ୍ୟକୀୟ ସେବା ପାଇଁ ଭିତ୍ତିଭୂମି ଏଥିରେ ବିକଶିତ ହୋଇସାରିଛି । ଏହି ବିମାନ ବନ୍ଦର ପାଇଁ ଗତବର୍ଷ ଏପ୍ରିଲରେ ଉତ୍ତର ପ୍ରଦେଶ ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ । ପ୍ରଥମେ ଏହି ବିମାନ ବନ୍ଦରର ନାମ ‘ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅନ୍ତର୍ଜାତୀୟ ବିମାନ ବନ୍ଦର’ ରଖାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ନାମକୁ ମହର୍ଷୀ ବାଲ୍ମକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ପରିବର୍ତ୍ତନ କରାଯାଇଛି ।

Leave A Reply

Your email address will not be published.