Latest Odisha News

BREAKING NEWS

ଟାଇମ ପତ୍ରିକାର ୧୦୦ ମହାନ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ନୂଆଦିଲ୍ଲୀ: ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ରାଜକୁମାରୀ ଅମୃତ କୌର ଟାଇମ ପତ୍ରିକାର ୧୦୦ ମହାନ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛି । ଗତ ଶତାବ୍ଦୀରେ ଏହି ମହିଳାମାନେ ବିଭିନ୍ନ ମାଧ୍ୟମରେ ବିଶ୍ୱକୁ ନୂତନ ଦିଗ ପ୍ରଦାନ କରିଥିଲେ ।

ଇନ୍ଦିରା ଗାନ୍ଧୀଙ୍କୁ ୧୯୭୬ ଓ କୌରଙ୍କୁ ୧୯୪୭ ପାଇଁ ସର୍ବଶ୍ରେଷ୍ଠ ମହିଳା ଘୋଷିତ କରିଛି । ଆରମ୍ଭରୁ ଟାଇମ ପତ୍ରିକା କେବଳ ମ୍ୟାନ ଅଫ ଦି ଇୟର ବାଛୁଥିଲା । ଏହା ପରେ ୧୯୯୯ରେ ଏହାକୁ ବଦଳାଇ ପର୍ସନ ଅଫ ଦି ଇୟର କରିଥିଲା ।

୧୦୦ ତାଲିକାରେ ସ୍ଥାନ ପାଇଥିବା ବିଶ୍ୱର ଅନ୍ୟ ପ୍ରମୁଖ ମହିଳାମାନେ ହେଲେ ଭର୍ଜିନିଆ ଓଲ୍ଫ, କୁଇନ ଏଲିଜାବେଥ, ଅଭିନେତ୍ରୀ ମର୍ଲିନ ମୁନରୋ, ପ୍ରିନ୍ସେସ ଡାଏନା, କେମିଷ୍ଟ ତୁ ୟୁୟୁ, ସଦାକୋ ଓଗାଟୋ, ମିଶେଲ ଓବାମା ସ୍ଥାନ ପାଇଛନ୍ତି । ୧୦୦ ପୃଷ୍ଠାରେ ୮୯ କଭର ପେଜ କରାଯାଇଛି । ପର୍ସନ ଅଫ ଦି ଇୟର ପାଇଁ ୧୧ ଅଲଗା ପୃଷ୍ଠା ରଖାଯାଇଛି ।

Leave A Reply

Your email address will not be published.