Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ; ରାମଲଲାଙ୍କୁ କରିବେ ଦର୍ଶନ

ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ କରି ଅଯୋଧ୍ୟା ଯିବେ ମୋଦୀ, କରିବେ ରୋଡ ଶୋ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ ମୋଦୀ । ରବିବାର ଅପରାହ୍ଣରେ ସପା(ସମାଜବାଦୀ ପାର୍ଟି)ର ଗଡ ଇଟାଓ୍ବାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ସିତାପୁରରେ ଏକ ରାଲିକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ସିତାପୁରର କାର୍ଯ୍ୟକ୍ରମ ପରେ ବିମାନ ଯୋଗେ ସନ୍ଧ୍ୟାରେ ରାମନଗରୀ ଅଯୋଧ୍ୟାରେ ପହଞ୍ଚିବେ । ଅଯୋଧ୍ୟରେ ରାମଲଲାଙ୍କ ଦର୍ଶନ ଓ ପୂଜା ପରେ ରାମ ଜନ୍ମଭୂମି ସ୍ଥିତ ସୁଗ୍ରିବ କିଲ୍ଲାଠାରୁ ସେ ତାଙ୍କର ବିଶାଳ ରୋଡ ଶୋ କରିବେ । ଯାହା ସୁଗ୍ରିବ କିଲ୍ଲା ଠାରୁ ଆରମ୍ଭ ହୋଇ ଲତା ମଙ୍ଗେଶ୍କର ଚୌକରେ ଶେଷ ହେବ । ତେବେ ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ ଦେବେ । ରୋଡ ଶୋ ପରେ ଭାରତୀୟ ବାୟୁସେନା ବିମାନ ଯୋଗେ ଭୁବନେଶ୍ବର, ଓଡିଶା ଅଭିମୁଖେ ବାହାରିଯିବେ ।

BjdElectrycity

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।  ରାତି ପ୍ରାୟ ୯.୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ରାଜଭବନ ଅଭିମୁଖେ ଯାତ୍ରା କରିବେ । ଯାହା ପାଇଁ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ରାତିରେ ସେ ରାଜଭବନରେ ରହି, ତା’ପରଦିନ ଅର୍ଥାତ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ ।

Leave A Reply

Your email address will not be published.