Latest Odisha News

ଶେଷଯାତ୍ରାରେ ସମୁଦ୍ର ବୀର ‘ବିରାଟ’

ନୂଆଦିଲ୍ଲୀ: ଶେଷଯାତ୍ରାରେ ସମୁଦ୍ର ବୀର । ଆବସର ନେଇଛି ଭାରତୀୟ ନୌସେନାର ଶକ୍ତି ଓ ସହାସ ଆଇଏନ୍‌ଏସ୍ ବିରାଟ । ୩୦ ବର୍ଷ ଧରି ବୀର ଧର୍ପରେ ଭାରତୀୟ ସମୁଦ୍ର ତଟ ଉପରେ ଚିଲ ଭଳି ରଖିଥିଳା ତୀକ୍ଷ୍ଣ ନଜର । ଏବେ ଆସିଛ ତାର ଅବସର ସମୟ । ବାହାରିଛି ଶେଷ ଯାତ୍ରାରେ ।

ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ବିରାଟ । ଦେଶ ସେବାରୁ ମୁକ୍ତ ହେବା ପରେ ଏବେ ଭଙ୍ଗା ହେବା ପାଇଁ ପ୍ରସ୍ତୁତ ହୋଇଛି । ମୁମ୍ବାଇରୁ ଗୁଜରାଟର ଅଲଙ୍ଗ ଡକୟାର୍ଡରେ ବିରାଟକୁ ଭଙ୍ଗା ହେବ । ଏଥିପାଇଁ ଶ୍ରୀରାମ ଗ୍ରୁପ ନୌସେନାର ଏହି ଲଢ଼ୁଆ ଜାହଜକୁ ୩୮କୋଟି ୫୪ ଲକ୍ଷ ଟଙ୍କାରେ କିଣିଛି ।

ପାଖାପାଖି ୩୦ ବର୍ଷକାଳ ଭାରତୀୟ ନୌସେନାର ଗର୍ବ ଥିବା ଆଇଏନଏସ୍‌ ବିରାଟକୁ ଗତ  ୬ ମାର୍ଚ୍ଚ ୨୦୧୭ରେ  ଅବସର ଦିଆଯାଇଥିଲା। ୧୯୮୭ ମସିହାରେ ଭାରତୀୟ ନୌସେନାରେ ଯୋଗଦେବା ପୂର୍ବରୁ ବ୍ରିଟେନ ରୟାଲ ନେଭିରେ ଏଚ୍ଏମ୍ଏସ୍‌ ହର୍ମିସ୍‌ ଭାବେ ବିରାଟ ଦୀର୍ଘ ୨୫ ବର୍ଷକାଳ ସେବା ଯୋଗାଇ ଆସିଥିଲା। ୧୯୮୪ ମସିହାରେ ବ୍ରିଟିଶ ନୌସେନାରୁ ସେବାମୁକ୍ତ ହେବା ପରେ ଏହାକୁ ଭାରତୀୟ ନୌସେନା କିଣି ଆଣିଥିଲା।

୧୯୮୭ ମସିହାରେ ଏହାକୁ ଆଇଏନଏସ୍ ବିରାଟ ନାମରେ ନୌସେନାରେ କମିସନ କରାଯାଇଥିଲା। ବ୍ରିଟିଶ ନୌସେନାରେ ହର୍ମିସ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଯୁଦ୍ଧପୋତରେ ପ୍ରିନ୍ସ ଚାର୍ଲସ୍‌ ନୌସେନା ଅଧିକାରୀ ଭାବେ ତାଙ୍କର ପ୍ରଶିକ୍ଷଣ ସମାପ୍ତ କରିଥିଲେ। ଫକଲ୍ୟାଣ୍ଡ ଯୁଦ୍ଧରେ ବ୍ରିଟିଶ ନେଭି ପକ୍ଷରୁ ଏଚଏମଏସ  ହର୍ମିସର ଯୋଗଦାନ ଉଲ୍ଲେଖନୀୟ ଥିଲା।

ସେହିପରି ଭାରତୀୟ ନୌସେନାର ଅଂଶ ଥିବା ବେଳେ ପାକିସ୍ତାନ ବିପକ୍ଷରେ ଅପରେସନ ପରାକ୍ରମ ଓ ଶ୍ରୀଲଙ୍କା ପଠାଯାଇଥିବା ଶାନ୍ତିସେନା ଲାଗି ବିରାଟର ଯୋଗଦାନ ଅତୁଳନୀୟ ଥିଲା। ନୌସେନାରୁ ଅବସର ପରେ ବିକ୍ରାନ୍ତ ଭଳି ବିରାଟକୁ ମଧ୍ୟ ମେରିଟାଇମ୍‌ ମ୍ୟୁଜିୟମ କରିବାକୁ ମହାରାଷ୍ଟ୍ର ସରକାର ଚାହୁଁଥିଲେ। ତେବେ କୌଣସି କାରଣରୁ ଶେଷରେ ଯୋଜନା ବାତିଲ ହୋଇଯିବାରୁ ଏହାକୁ ମୁମ୍ବାଇରୁ ଅଲଙ୍ଗ ପଠାଇ ଦିଆଯାଉଛି।

Leave A Reply

Your email address will not be published.