Latest Odisha News

BREAKING NEWS

ବରଗଡ ଗୋଟିଏ ପରିବାର ନିଶ୍ଚିହ୍ନ ଘଟଣାର ଭିତିରି କଥା!

ବରଗଡ଼: ଭେଡେନ ଥାନା ଅନ୍ତର୍ଗଚ ଜାଣ୍ଡୋଲ ଗାଁରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର ହେବ ସମସ୍ତଙ୍କୁ ହତବାକ କରିଛି। ୩-୪ ଦିନ ପରେ ପରେ ମୃତ ଦେହ ଉଦ୍ଧାର ହେବା ପରେ ଏହା  ଆତ୍ମହତ୍ୟା ନା ହତ୍ୟା ସେ ନେଇ ସସପେନ୍ସ ଜାରି ରହିଛି। ହେଲେ ପୋଲିସ ତଦନ୍ତ କରି ପ୍ରାଥମିକ ଭାବେ ଯେଉଁ ସବୁ ପ୍ରମାଣ ଭାବରେ ଜବତ କରିଛି ସେଥିରୁ ଅନୁମାନ କରାଯାଉଛି ଏହା ହତ୍ୟା ପରେ ହତ୍ୟାକାରୀ ଆତ୍ମହତ୍ୟା କରିଛି। ପୋଲିସ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଗାଁରେ କାଳାପୂଜା ଚାଲିଥିଲା। ତେଣୁ ସମସ୍ତ ପରିବାରରେ ଗହଳି ଥିଲା। ହେଲେ ଶେଷଦେବ ମେହେରଙ୍କ ପରିବାରର କବାଟ ବନ୍ଦ ଥିଲା। ଯାହାକୁ ନେଇ ଲୋକେ ସନ୍ଦେହ କରୁଥିଲେ। ହେଲେ ରବିବାର ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ପଡୋଶୀଙ୍କ ମନକୁ ପାପ ଛୁଇଁଥିଲା। ପରେ ସ୍ଥାନୀୟ ଥାନାକୁ ଫୋନ୍ କରି ଘଟଣା ବାବଦରେ ଅବଗତ କରାଇଥିଲେ ପଡୋଶୀ ତଥା ଶେଷଦେବ ମେହେରଙ୍କ ସାନ ଭାଇ। ଏହାପରେ ପୋଲିସ ଆସି ୪ ଶବ ଜବତ କରିଛି। ଘରର ଗ୍ରାଉଣ୍ଡ ଫ୍ଲୋରରୁ ତିନୋଟି ଶବ ଜବତ ହୋଇଥିବା ବେଳେ ଉପର ମହଲାରୁ ପୁଅର ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ଶେଷଦେବ ମେହେର (୬୫), ସ୍ତ୍ରୀ କ୍ଷୀରେଶ୍ବରୀ (୬୦), ପୁଅ ଅରବିନ୍ଦ (୩୦) ଓ ଝିଅ ଶିବାନୀ (୨୨)ର ମୃତ ଦେବ ଗ୍ରାଉଣ୍ଡ ଫ୍ଲୋରରୁ ଉଦ୍ଧାର ହୋଇଥିଲା। ଏମାନଙ୍କ ଶରୀରରେ ରକ୍ତ ଛିଟା ଲାଗିଥିଲା। ପାଖରୁ ଏକ ହାତୁଡି ମଧ୍ୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜବତ ହୋଇଛି। ସେହିପରି ପୁଅ ଅରବିନ୍ଦର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ଅରବିନ୍ଦଙ୍କ ଶରୀରରେ କୌଣସି ଦାଗ ନଥିବା ଜଣାପଡ଼ିଛି। ପୋଲିସ ଏବେ ଏହି ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ଘଟଣାର ଖୁବଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ଜଣାପଡିଛି।

ତେବେ ଝିଅ ଶିବାନୀର ମାମୁଁ କହିଛନ୍ତି, ଘରେ ଭଣଜା ଓ ତାର ବାପାଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ତିକ୍ତତା ଥିଲା। ଝିଅର ବାହାଘର ପାଇଁ ଯୋଜନା ହେଉଥିଲା। ପୁଅ କିନ୍ତୁ ପଇସା ଦାବି କରୁଥିଲା। ସେହିପରି ମୃତକଙ୍କ ଆଉ ଜଣେ ସମ୍ପର୍କୀୟ କହିଛନ୍ତି, ଅରବିନ୍ଦ ହେଉଛନ୍ତି ଶେଷଦେବଙ୍କ ପ୍ରଥମ ପତ୍ନୀଙ୍କର ପୁୁଅ ଏବଂ ଆଉ ଜଣେ ବଡ ଝିଅ ରହିଛି। ଯିଏ ବିବାହ କରିସାରିଛନ୍ତି। ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଶେଷଦିବ ବିବାହ କରିଥିଲେ। ତାଙ୍କର ଏକମାତ୍ର ଝିଅ ଶିବାନୀ।

ତେଣୁ ପୁଅ ଅରବିନ୍ଦ ବାପା, ମା ଓ ଭଉଣୀଙ୍କୁ ହାତୁଡିରେ ପିଟି ପିଟି ହତ୍ୟା କରିବା ପରେ ନିଜେ ଝୁଲିପଡିଥିବା କୁହାଯାଉଛି। ଟଙ୍କା ପଇସା ପାଇଁ ଅରବିନ୍ଦ ଏପରି ନିଷ୍ଠୁର ହୋଇ ଏପରି ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି। ତେବେ ପୋଲିସ ଏଯାବତ ଘଟଣା ଉପରୁ ପରଦା ହଟାଇନି।

Leave A Reply

Your email address will not be published.