ନୂଆଦିଲ୍ଲୀ: ୧୯ ଜୁଲାଇ, ରବିବାର ଦିନ ହଠାତ୍ ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଡାଉନ୍ ହୋଇଯାଇଛି।
ଯାହା ଫଳରେ ଏହି ଆପ୍ ବ୍ୟବହାର କରୁଥିବା ହଜାର ହଜାର ୟୁଜର୍ସ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ୟୁଜର୍ସମାନେ ଫେସବୁକ୍ରେ ଲଗ୍ଇନ୍ କରିବାକୁ ଚେଷ୍ଟା କଲେ ସମସ୍ତଙ୍କୁ ପ୍ରାୟ ଏକାଭଳି ବାର୍ତ୍ତା ଦେଖାଯାଉଛି।
ଅନେକ ଲଗଇନ୍ ସମସ୍ୟା ଏବଂ ଫିଡ୍ ରିଫ୍ରେଶ୍ ନହେବା ଅଭିଯୋଗ କରିଥିଲେ। ଅପରପକ୍ଷରେ କେବଳ ଇନଷ୍ଟାଗ୍ରାମ୍ ନୁହେଁ, ମେଟାର ଫେସବୁକ୍ ଏବଂ ମେସେଞ୍ଜର ମଧ୍ୟ ପ୍ରଭାବିତ ହୋଇଥିଲା। ଆଉଟେଜ୍ ଟ୍ରାକିଂ ୱେବସାଇଟ୍ ଡାଉନଡିଟେକ୍ଟର ଅନୁଯାୟୀ, ଇନଷ୍ଟାଗ୍ରାମରେ ୪,୦୦୦ ରୁ ଅଧିକ ଅଭିଯୋଗ, ଫେସବୁକରେ ୩,୦୦୦ ରୁ ଅଧିକ ଏବଂ ମେସେଞ୍ଜରରେ ୧୦୦ ରୁ ଅଧିକ ଅଭିଯୋଗ ରିପୋର୍ଟ କରାଯାଇଥିଲା। ମେଟା ଏପର୍ଯ୍ୟନ୍ତ ଅଚଳାବସ୍ଥାର କାରଣ କିମ୍ବା ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ସମୟସୀମା ପ୍ରକାଶ କରିନାହିଁ।
ସେହିପରି ଅନେକ ୟୁଜର୍ସ ଫେସବୁକ୍ର ଡେସ୍କଟପ୍ ଭର୍ସନ୍ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆକ୍ସେସ୍ ପାଇପାରୁନାହାନ୍ତି।