Latest Odisha News

BREAKING NEWS

ଦ୍ୱିତୀୟ ପର୍ଯ୍ୟାୟ ବିଏଡ୍‌ ନାମଲେଖା ପାଇଁ ବିଜ୍ଞପ୍ତି;୨୦ ଯାଏ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଚଳିତ ଶିକ୍ଷାବର୍ଷ(୨୦୨୬-୨୭)ରୁ ଦ୍ୱିତୀୟ ପର୍ଯ୍ୟାୟ ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେସନ୍‌ ପ୍ରୋଗ୍ରାମ(ଆଇଟିଇପି) ତଥା ବିଏଡ୍‌ ନାମଲେଖା ଆରମ୍ଭ ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବଳକା ଥିବା ସିଟ୍‌ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାମ୍‌ସ ୱେବ୍‌ସାଇଟ୍‌ ମାଧ୍ୟମରେ ଆଜି (ଗୁରୁବାର)ଠୁ ୨୦ ତାରିଖ ଯାଏ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ପତ୍ର ଆହ୍ୱାନ କରାଯିବ । ୨୪ ତାରିଖରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୫ରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ । ଏହାପରେ ସିଧାସଳକ ସ୍ପଟ୍‌ ନାମଲେଖା ପ୍ରକ୍ରିୟା କରାଯିବ । ଏଥିପାଇଁ ୨୪ ତାରିଖରେ ମଧ୍ୟ ଏକ ୱେଟ୍‌ଲିଷ୍ଟ ପ୍ରକାଶ ପାଇବ । ଏହି ୱେଟ୍‌ଲିଷ୍ଟରେ ଥିବା ଇଚ୍ଛୁକ ଛାତ୍ରଛାତ୍ରୀମାନେ ୨୯ରୁ ୩୦ ତାରିଖ ମଧ୍ୟରେ ନିଜର ପସନ୍ଦର କଲେଜରେ ପୁନଃ ଆବେଦନପତ୍ର ଦାଖଲ କରିବେ ।

ନାମଲେଖା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନମାନେ ନିଜର ନୋଟିସ୍‌ ବୋର୍ଡ କିମ୍ବା ୱେବ୍‌ସାଇଟ୍‌ରେ ଅକ୍ଟୋବର ୧ ତାରିଖରେ ନିଜର ମେଧାତାଲିକା ପ୍ରକାଶ କରିବେ । ଚୟନ ଛାତ୍ରଛାତ୍ରୀମାନେ ଅକ୍ଟୋବର ୩ ତାରିଖରୁ ୫ ତାରିଖ ମଧ୍ୟରେ ନାମଲେଖାଇବେ । ଯଦି ଏହା ବାଦ୍‌ ସିଟ୍‌ ଖାଲି ରୁହେ ତେବେ ୱେଟ୍‌ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କର ୬ରୁ ୭ ତାରିଖ ମଧ୍ୟରେ ନାମଲେଖା ସଂପୂର୍ଣ୍ଣ କରାଯାଇ ସାମ୍‌ସ ୱେବ୍‌ସାଇଟ୍‌ରେ ସଂପୂର୍ଣ୍ଣ ଡାଟାକୁ ଅପଟେଡ୍‌ କରାଯିବ ।

Leave A Reply

Your email address will not be published.