ଭୁବନେଶ୍ବର: ଭୁବନେଶ୍ୱର ୧ ନମ୍ବର ହାଟ (Unit-1 Market) ରେ ବାରମ୍ବାର ଘଟୁଥିବା ଅଗ୍ନିକାଣ୍ଡ ପରେ BMC (ଭୁବନେଶ୍ୱର ମହାନଗର ନିଗମ) ଓ BDA ପକ୍ଷରୁ କଡ଼ା ଆକ୍ସନ ନିଆଯାଇଛି। ହାଟରେ ବଡ଼ଧରଣର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତାକଡ଼ରେ ଥିବା ବେଆଇନ ଦୋକାନ ଓ କ୍ୟାବିନ୍ ଗୁଡ଼ିକୁ ହଟାଇବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି।
ଅମାନିଆ ଦୋକାନୀଙ୍କ ଦୋକାନ ଭାଙ୍ଗୁଛି ପ୍ରଶାସନ । ୟୁନିଟ ୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ପରେ ଏବେ କଡ଼ା ଆକ୍ସନକୁ ଆସିଛି BMC । ରାସ୍ତା କଡ଼ରେ ଥିବା ଦୋକାନୀଙ୍କୁ ଅନ୍ୟତ୍ର ଜାଗା ଦିଆଯାଇଥିବା ବେଳେ, ଜାଗା ନ ଛାଡ଼ିଥିବା ଦୋକାନୀଙ୍କ ଦୋକାନ ଉଚ୍ଛେଦ କରାଯାଉଛି । ଗତକାଲି ଦୋକାନୀଙ୍କୁ ନୋଟିସ ଦିଆଯାଇଥିଲା ।
ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । BMC ଓ BDAର ମିଳିତ ଟିମ୍ ଦୋକାନ ଭାଙ୍ଗୁଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ କାଲି ନୋଟିସ ଦେଇ ଆଜି ହଠାତ୍ ଦୋକାନ ଭଙ୍ଗାଯାଉଥିବା ଅଭିଯୋଗ କରି ପ୍ରଶାସନ ଉପରେ ବର୍ଷିଛନ୍ତି ଦୋକାନୀ । ଉଚ୍ଛେଦକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ରହିଛି ପୋଲିସ ଫୋର୍ସ ।

