Latest Odisha News

BREAKING NEWS

ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ବିନା ସୁଧରେ ମିଳିବ ଅଗ୍ରୀମ ଟଙ୍କା

ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ ଚେଷ୍ଟା

ଭୁବନେଶ୍ୱର: ରାଜ୍ୟ ସରକାର ଇଲେକ୍ଟି ଗାଡ଼ି କିଣିବାକୁ ଅଗ୍ରୀମ ଟଙ୍କା ଦେବେ । ଇଲେକ୍ଟ୍ର ଯାନ ଯୋଜନା-୨୦୨୧ ଅଧୀନରେ ସରକାରୀ କର୍ମଚାରୀ ମାନଙ୍କୁ ମିଳିବ ଏହି ଅଗ୍ରୀମ ଟଙ୍କା । ଏହି ବିଷୟରେ ଅର୍ଥ ସଚିବ ବିଶାଲ ଦେବ ମଙ୍ଗଳବାର ଏକ ଗାଇଡଲାଇନ ଜାରି କରିଛନ୍ତି ।

ରାଜ୍ୟରେ ପ୍ରଦୂଷଣ ହ୍ରାସ ଓ ପ୍ରଦୂଷଣ ମୁକ୍ତ ଯୋଗାଯୋଗ ସକାଶେ ସରକାର ଏଭଳି ନିଷ୍ପତି ନେଇଛନ୍ତି । ତେବେ ଏହି ଯୋଜନାରେ ରାଜ୍ୟ ସରକାରଙ୍କ କର୍ମଚାରୀ ବର୍ଗ- ଏ, ବି, ସି ଓ ଡି ପାଇବାକୁ ଯୋଗ୍ୟ । ଏହି ଅଗ୍ରୀମ ଟଙ୍କା ବିନା ସୁଧରେ ମିଳିବ । ଏ ଓ ବି ବର୍ଗର କର୍ମଚାରୀ ଚାରି ଚକିଆ ଯାନ କିଣିବାକୁ ଯୋଗ୍ୟ । ସି ଏବଂ ଡି ବର୍ଗର କର୍ମଚାରୀ ଦୁଇ ଚକିଆ ଯାନ କିଣିବାକୁ ଆବେଦନ କରିପାରିବେ ।

ଚାରି ଚକିଆ ଯାନ କିଣିବାକୁ ଗାଡ଼ି ମୂଲ୍ୟର ୭୫ ପ୍ରତିଶତ ର୍ସବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ଟଙ୍କା ମିଳିବ । ସେହିପରି ଦୁଇ ଚକିଆ ଯାନ ପାଇଁ ଗାଡ଼ି ମୂଲ୍ୟର ୭୫ ପ୍ରତିଶତ ସର୍ବାଧିକ ୨ ଲକ୍ଷ ଟଙ୍କା ମିଳିବ । ଏହାକୁ ସମାନ ୧୦୦ଟି କିସ୍ତିରେ ଶୁଝିବାକୁ ହେବ ।

ଯଦି କର୍ମଚାରୀ ଅବସର ନିଅନ୍ତି, ବିୟୋଗ ହୁଏ କିମ୍ବା ଚାକିରି ଛାଡ଼ନ୍ତି, ତାଙ୍କ ପେନସନ ଟଙ୍କାରୁ ତାହାର ଭରଣା କରାଯିବ । କୌଣସି କର୍ମଚାରୀ ଆଗୁଆ ଶୁଝିବାକୁ ଚାହିଁଲେ ତାହା ସ୍ୱାଗତ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.