Latest Odisha News

BREAKING NEWS

ତେଲ ଦର ଉପରମୁହାଁ, କେବେ ଗଡିବ ଯାତ୍ରିବାହୀ ଟ୍ରେନ୍ ?

ଭୁବନେଶ୍ୱର: ତେଲ ଦର ଉପରମୁହାଁ ହେଉଥିବା ବେଳେ ପାସେଞ୍ଜର ଟ୍ରେନ ଲୋକଙ୍କ ପକେଟକୁ ଆଶ୍ୱସ୍ତି ଦେଇଥାନ୍ତା । କିନ୍ତୁ ଏଯାଏ ଯାତ୍ରିବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇପାରିନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ଖାଲି ସେତିକି ନୁହେଁ ଜେନେରାଲ ଟିକେଟ କିମ୍ବା ତତ୍କାଳ ଟିକେଟ ମଧ୍ୟ ଉପଲବ୍ଧ ହୋଇପାରିନି ।

କରୋନା ସଂକ୍ରମଣ ବ୍ୟାପିବା ପରେ କେନ୍ଦ୍ର ସରକାର ଯାତ୍ରିବାହୀ ଟ୍ରେନ ଚଳାଚଳ ଉପରେ ରୋକ୍ ଲଗାଇଥିଲେ । ଏବେ କିନ୍ତୁ ସଂକ୍ରମଣ କମିଥିବାରୁ ନିୟମରେ କୋହଳ ହୋଇଛି । ହେଲେ ଏହାପରେ ବି ଯାତ୍ରିବାହୀ ଟ୍ରେନ ଚଳାଚଳ ନକରିବା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ।

ରାଜଧାନୀ ଭୁବନେଶ୍ୱର ହେଉଛି ଅନେକ ଲୋକଙ୍କ ପେଟପାଟଣା ପାଇଁ ପ୍ରମୁଖ ସ୍ଥାନ । ଭଦ୍ରକ, ପାରାଦ୍ୱୀପ, ଢେଙ୍କାନାଳ ପାଖରୁ ଆରମ୍ଭ କରି ସମ୍ବଲପୁର ଆଦିରୁ ଲୋକେ ପ୍ରତିଦିନ ଯାଆସ କରନ୍ତି । କିନ୍ତୁ କରୋନା ଆଳରେ ଏବେ ଦୀର୍ଘ ୨ ବର୍ଷହେବ ବନ୍ଦ ରହିଛି ପୁରୀ-ସମ୍ବଲପୁର ଇଣ୍ଟରସିଟି, କୋରାପୁଟ-ବିଶାଖାପାଟଣା ଇଣ୍ଟରସିଟି ଓ ପୁରୀ-ପାରାଦୀପ ଇଣ୍ଟରସିଟିର ଚଳାଚଳ ବନ୍ଦ ରହିଛି ।

ଏକ ରିପୋର୍ଟ ଅନୁଯାୟୀ ଓଡିଶାରେ ଏବେ ବି ୫୨ ଲୋକାଲ ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ବନ୍ଦ ରହିଛିି । ୭୬% ଟ୍ରେନ ଚଳାଚଳ ରହିଛି । ପୂର୍ବତଟ ରେଳବାଇର ୧୧୬ ଟ୍ରେନ ମଧ୍ୟରୁ ୮୫ ଟ୍ରେନ ଚାଲିଥିବାବେଳେ ଅନ୍ୟ ରେଳବାଇ ଜୋନ ୧୦୦ରୁ ୮୦ ଟ୍ରେନ ଚାଲୁଛି । ରେଳବାଇ ପକ୍ଷରୁ କୁହାଯାଇଛି ଯେ, ୩୨ଟି ପାସେଂଜର ଟ୍ରେନର ବର୍ତମାନ ସୁଦ୍ଧା ୧୩ଟି ପାସେଂଜର ଟ୍ରେନ ଚାଲିଲାଣି ।

Leave A Reply

Your email address will not be published.